ପୁରୀ: ପୁରୀଜିଲ୍ଲା ପିପିଲି ଠାରେ ୧୫ ମାର୍ଚ୍ଚ ୨୦୨୬ତାରିଖରେ ଜୀବନଜୀବିକା କାର୍ଯ୍ୟକଳାପ ପାଇଁ ବିକେନ୍ଦ୍ରୀକୃତ ପୁନନବୀକରଣ ସୌରଶକ୍ତି ଆଧାରିତ ସମାଧାନ କୁ ପ୍ରୋତ୍ସାହନ ଦେବ ଉଦେଶ୍ୟ ରେ ଓଡିଶା ଗ୍ରାମୀଣ ବ୍ୟାଙ୍କ, ସେଲକୋ ଫାଉଣ୍ଡେସନ ଓ ସ୍ପନ୍ଦନ ଅନୁଷ୍ଠାନ ମାନଙ୍କନର ସହଯୋଗରେ ଏକ ଋଣ ମେଳା ଆୟୋଜିତ ହୋଇଥିଲା। ଏହାର ମୁଖ୍ୟ ଉଦେଶ୍ୟ କୁମ୍ଭାକାରମାନଙ୍କ ଜୀବିକା କାର୍ଯ୍ୟରେ ସୌର ଶକ୍ତିଚାଳିତ ପ୍ରଯୁକ୍ତିର ବ୍ୟବହାରକୁ ପ୍ରଚାର ଓ ପ୍ରୋତ୍ସାହନ କରିବା ଥିଲା। ଏହି କାର୍ଯ୍ୟକ୍ରମ ସମୟରେ ୨୦ ଜଣ କୁମ୍ଭକାର ଉଦ୍ୟୋଗୀମାନଙ୍କୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଶିଳ୍ପ ଉନ୍ନତି ଯୋଜନା ଓ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଋଣ ମଞ୍ଜୁର କରାଯାଇଥିଲା। ଏହି ଋଣ ସହାୟତା ମାଧ୍ୟମରେ ସେମାନେ ସୌର ଶକ୍ତି ଚାଳିତ ମାଟିପତ୍ର ତିଆରି ଯନ୍ତ୍ରପାତି ବ୍ୟବହାର କରିପାରିବେ, ଯାହା ଉତ୍ପାଦନ ବୃଦ୍ଧିକରିବା ସହ ସ୍ଥାୟୀ ଆୟ ସୁଯୋଗକୁ ମଜବୁତ କରିବେ। ଏହି କାର୍ଯ୍ୟକ୍ରମରେ ଓଡିଶା ଗ୍ରାମୀଣ ବ୍ୟାଙ୍କ, ପିପିଲିର ଅଞ୍ଚଳୀୟ ପ୍ରବନ୍ଧକ ସୌମ୍ୟ ଦର୍ଶନ କର, ସେଲକୋ ଫାଉଣ୍ଡେସନର ବରିଷ୍ଠ ପରାମର୍ଶଦାତା ପ୍ରଭୁ ପ୍ରସାଦ ମିଶ୍ର, ସ୍ପନ୍ଦନ ନିର୍ଦେଶକ ଶାଶ୍ୱତ କୁମାର ମହାପାତ୍ର ସହିତ ଓଡିଶା ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ମାନେ ଓ ଲାଭାନ୍ୱିତ କୁମ୍ଭକାର ମାନେ ଉପସ୍ଥିତ ଥିଲେ। ସେଲକୋ ଫାଉଣ୍ଡେସନ, କାର୍ଯ୍ୟକମ ପ୍ରବନ୍ଧକ ସଞ୍ଜୟ କୁମାର ତ୍ରିପାଠୀ ଓ ସ୍ପନ୍ଦନ ର ପ୍ରତିନିଧି ମାନେ କାର୍ଯ୍ୟକ୍ରମର ସଂଚଳନ କରିଥିଲେ।ଏହି ପଦକ୍ଷେପ ମାଧ୍ୟମରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଓ ସେଲକୋ ଫାଉଣ୍ଡେସନ, ଗ୍ରାମୀଣ କାରିଗର ଓ ଅନ୍ୟାନ୍ୟ ଉଦ୍ୟୋଗୀମାନଙ୍କ ପାଇଁ ପୁନଃନବୀକରଣ ଶକ୍ତି ଆଧାରିତ ଜୀବିକା ସମାଧାନ ଏବଂ ଆର୍ôଥକ ଆନ୍ତର୍ଭୁକ୍ତିକରଣକୁ ଆଗକୁ ବଢାଇବା ପାଇଁ ସଂଯୁକ୍ତ ପ୍ରାୟସକୁ ପ୍ରତିଫଳିତ କରୁଛି।
