ବାରିପଦା : କରଞ୍ଜିଆ ବନଖଣ୍ଡ,ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ ରେ ଏକ ହରିଣ ଶିକାର କରିବା ଘଟଣା ରେ ବନ କର୍ମଚାରୀ ମାନେ ୩ ଜଣ ଶିକାରୀଙ୍କୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛନ୍ତି । କୋର୍ଟ ଚାଲାଣ ହୋଇଥିବା ୩ ଜଣ ଶିକାରୀ ହେଉଛନ୍ତି କେଶଡ଼ିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମିଟୁଆଣି ଗ୍ରାମର ଅଶୋକ କୁମାର ପାତ୍ର (୩୭),ରବୀନ୍ଦ୍ର ବେହେରା (୪୦),ମାନସିଂ ହୋ (୪୨) ।ସୂଚନା ଅନୁଯାୟୀ ଶିମିଳିପାଳ ଜଙ୍ଗଲ ରୁ ଚାଲି ଆସିଥିବା ଏକ ହରିଣ କୁ ଦେଖି ତାର ପିଛା କରି ସମ୍ପୂର୍କ୍ତ ୩ ଜଣ ପଥର ଓ ଠେଙ୍ଗା ସାହାଯ୍ୟ ରେ ହରିଣ କୁ ମାରି ଦେଇଥିଲେ।କୌଣସି ସୂତ୍ରରୁ ରୁ ସୂଚନା ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ବୈଦ୍ୟନାଥ ମାଝୀ ଙ୍କ ନିର୍ଦେଶ କ୍ରମେ ଏବଂ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ଙ୍କ ପରାମର୍ଶ ଅନୁସାରେ କେଶଡିହା ବନପାଳ ସିଂରାୟ ପୁର୍ତ୍ତି ଙ୍କ ନେତୃତ୍ୱ ରେ କେଶଡ଼ିହା ଫୋରେଷ୍ଟ ବିଟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବା ପରେ ସମ୍ପୂର୍କ୍ତ ଶିକାରୀ ୩ ଜଣ ଗୋଟିଏ ସ୍ଥାନରେ ଥିବା ବେଳେ ସେମାନଙ୍କୁ ଧରିଥିଲେ।ହରିଣ କୁ ଶିକାର କରି ମାରିବା ପରେ ତାର ମାଂସ ଓ ଚମଡା ନେବାକୁ ସେମାନେ କିଛି ଦୂରରେ ମୃତ ହରିଣ କୁ ଲୁଚାଇ ରଖିଥିଲେ।ବନ କର୍ମଚାରୀ ମାନେ ହରିଣ କୁ ଜବତ କରିଥିଲେ।ମୃତ ଅଣ୍ଡିରା ହରିଣ ର ଓଜନ ୪୫ କେଜି ଓ ଏହାର ବୟସ ଦେଢ଼ ବର୍ଷ ହେବ ବୋଲି ବନବିଭାଗ ଅକୋଳନ କରିଛି।ହରିଣ ଶିକାର ଘଟଣା ରେ ଠାକୁରମୁଣ୍ଡା ରେଞ୍ଜ ପକ୍ଷରୁ କେଶ ନମ୍ବର ୧୭୦ ଅନୁଯାୟୀ ମାମଲା ରୁଜୁ କରିଛନ୍ତି।ଗିରଫ ୩ ଜଣ ଶିକାରୀ ଙ୍କୁ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ବାରିପଦା ଙ୍କ ନିକଟରେ ହାଜର କରାଯାଇଥିଲା।ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହଜାତ କୁ ପଠାଯାଇଛି।
