ବାଲୁଗାଁ: ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଅଜିତ କୁମାର ପାତ୍ରଙ୍କ ନେତୃତ୍ୱରେ ବୁଧବାର ଦିନ ବାଣପୁର ଥାନା ଅନ୍ତର୍ଗତ କୁରୁଞ୍ଜିପୁର ରୋଡ ଓ ନୀଳାଦ୍ରିପ୍ରସାଦ ରୋଡ ଅଞ୍ଚଳରେ ଚଢାଉ କରି ୧୫ ଲିଟର ଦେଶୀମଦ ଓ ୯.୧ ଲିଟର ବିୟର ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ପୋଲିସ।ସମସ୍ତ ଜବତ ସାମଗ୍ରୀର ଆନୁମାନିକ ମୁଲ୍ୟ ୫ ହଜାର ୯୩ ଟଙ୍କା ହେବ ବୋଲି ଜଣାପଡିଛି।ଅଭିଯୁକ୍ତ ବାଣପୁର ଅନ୍ତର୍ଗତ କୁରୁଞ୍ଜିପୁର ଗ୍ରାମର ଗଣେଶ ପ୍ରଧାନଙ୍କ (୭୧) ନିକଟରୁ ୧୫ ଲିଟର ଦେଶୀମଦ ଓ ନୀଳାଦ୍ରିପ୍ରସାଦ ଗ୍ରାମର ସୁରେନ୍ଦ୍ର ନାୟକଙ୍କ (୫୧) ନିକଟରୁ ୯.୧ ଲିଟର ବିୟର ଜବତ ହୋଇଛି।ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୨୦ ଓ ୧୨୧/୨୬-୨୭ ରେ ମାମଲା ରୁଜୁକରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଙ୍ଗୀ ଅବକାରୀ ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି।ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ସୋମ୍ୟ ରଞ୍ଜନ ବେହେରା,ଏଏସଆଇ,ରାମଚନ୍ଦ୍ର ଜେନା,କନେଷ୍ଟବଳ ରଞ୍ଜିତ ପଟେଲ,ସତ୍ୟବନ୍ତ ମାଝୀ,ସସ୍ମିତା ସେଠୀ ପ୍ରମୁଖ ସାମିଲ ଥିଲେ।
