ମୁମ୍ବାଇ: ସଲମାନ ଖାନଙ୍କ ଅଭିନୀତ ତଥା ଅପୂର୍ବ ଲାଖିଆଙ୍କ ନିର୍ଦ୍ଦେଶିତ ଆଗାମୀ ଯୁଦ୍ଧ ନାଟକରେ ଏକ ବଡ଼ ପରିବର୍ତ୍ତନ ଆସିଛି। ପୂର୍ବରୁ ‘ୱାର ଅଫ୍ ଗାଲୱାନ’ଶୀର୍ଷକ ଥିବା ଏହି ଚଳଚ୍ଚିତ୍ରର ଏବେ ଆନୁଷ୍ଠାନିକ ଭାବରେ “ମାତୃଭୂମି’ ଭାବେ ନୂତନ ନାମକରଣ କରାଯାଇଛି। ଏଥି ସହିତ ପୋଷ୍ଟରେ ଟ୍ୟାଗ୍ ଲଇନ୍ରେ ରହିଛି- ‘ମେ ୱାର ରେଷ୍ଟ ଇନ୍ ପିସ୍’ ରଖାଯାଇଛି। ଏହି ଅପଡେଟ୍ ଖୁବ୍ ଶୀଘ୍ର ପ୍ରଶଂସକ ଏବଂ ଶିଳ୍ପ ଦେଖଣାହାରୀଙ୍କ ମଧ୍ୟରେ ଏକ ଆଲୋଚନାର ବିଷୟ ପାଲଟିଛି। କାରଣ ଏହି ଚଳଚ୍ଚିତ୍ରଟି ୨୦୨୦ରେ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସମ୍ବେଦନଶୀଳ ଲଦାଖ ସୀମାରେ ଗାଲୱାନ୍ ଉପତ୍ୟକା ସଂଘର୍ଷକୁ ଆଧାର କରି ନିର୍ମାଣ କରାଯାଇଛି। ଗଲୱାନ ସଂଘର୍ଷ ସାମ୍ପ୍ରତିକ ବର୍ଷଗୁଡ଼ିକରେ ସବୁଠାରୁ ଚର୍ଚ୍ଚିତ ସାମରିକ ମୁହାଁମୁହିଁ ମଧ୍ୟରୁ ଗୋଟିଏ।ଯାହା ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଥିଲା। ସଲମାନ ଖାନ ଫିଲ୍ମସ୍ ଦ୍ୱାରା ନୂତନ ଶୀର୍ଷକ ଘୋଷଣା କରାଯାଇଛି। ଟ୍ୟାଗଲାଇନ୍ ଯୁଦ୍ଧର ମାନବ ପକ୍ଷ ଏବଂ ଶାନ୍ତିର ଗୁରୁତ୍ୱ ଉପରେ ଧ୍ୟାନ କେନ୍ଦ୍ରିତ କରେ। ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ହିଁ ବିତର୍କ ସୃଷ୍ଟି କରିସାରିଛି। ନିର୍ମାତା ସାମରିକ ସଂଘର୍ଷ ସହିତ ଜଡିତ ସମ୍ବେଦନଶୀଳ ବିଷୟବସ୍ତୁ ହେତୁ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଲୋଡ଼ିପାରନ୍ତି। ଚଳଚ୍ଚିତ୍ର ‘ମାତୃଭୂମି: ମେ ୱାର ରେଷ୍ଟ ଇନ୍ ପିସ୍’ ବର୍ତ୍ତମାନ ୧୭ ଏପ୍ରିଲ୍ ୨୦୨୬ରେ ସିନେମା ହଲରେ ମୁକ୍ତିଲାଭ କରିବ ବୋଲି ସ୍ଥିର ହୋଇଛି। ତଥାପି ଅନୁମାନ କରାଯାଉଛି ଯେ ମୁକ୍ତିଲାଭ ସମୟ ଅଗଷ୍ଟ ମଧ୍ୟଭାଗକୁ ଘୁଞ୍ଚିପାରେ। ଯଦି ଏପରି ହୁଏ, ତେବେ ସଲମାନ ଖାନ ଅଭିନୀତ ଏହି ଫିଲ୍ମଟି ସନି ଦେଓଲ ଅଭିନୀତ ଲାହୋର ୧୯୪୭ ସହିତ ସମ୍ଭାବ୍ୟ ବକ୍ସ ଅଫିସ୍ ଟକ୍କରର ସମ୍ମୁଖୀନ ହୋଇପାରେ। ଯାହା ୧୩ ଅଗଷ୍ଟ ୨୦୨୬ରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି।
