ବାରିପଦା ; ଗତକାଲି ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା, କରଞ୍ଜିଆ ବନଖଣ୍ଡ, ଶିମିଳିପାଳ ଅଭୟ।ରଣ୍ୟ,ଦୁଧିଆଣି ରେଞ୍ଜ କଦଳିବାଡି ଗ୍ରାମରେ ଏକ ବାଘ ପଶି ଆତଙ୍କ ସୃଷ୍ଟି କରିଥିବା ନେଇ ଲୋକେ ସୂଚନା ଦେଇଛନ୍ତି । ବାଘଟି ଶିମିଳିପାଳ ଜଙ୍ଗଲରୁ ଆସିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ କଦଳିବାଡୀ ଗ୍ରାମର ଜ୍ଞାନେନ୍ଦ୍ର ଗାଗରାଇଙ୍କ ଛେଳି ଗୁହାଳରେ ପଶି ତିନୋଟି ଛେଳିକୁ ଆକ୍ରମଣ କରି ମାରିଦେଇ ଘୋସାଡି ନେଇ ଖାଇଥିବା ର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ବନବିଭାଗ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହା କଳରାପତରିଆ ବାଘ ହୋଇଥାଇ ପରେ ବୋଲି ବନବିଭାଗ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ତେବେ ଗାଁକୁ ବାଘ ଆସିବା ଖବର ପାଇ ସ୍ଥାନୀୟ ଆଖପାଖ ଅଞ୍ଚଳରେ ଏବେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।
