ପୁରୀ: ପବିତ୍ର ଶ୍ରାବଣ ମାସ ଅବସରରେ ଶ୍ରୀ ଶ୍ରୀ ଲୋକନାଥ ମନ୍ଦିର, ପୁରୀରେ ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କ ସୁରକ୍ଷିତ ଓ ସୁବିଧାଜନକ ଦର୍ଶନ ସୁନିଶ୍ଚିତ କରିବା, ଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ୍ ନିୟନ୍ତ୍ରଣ, ଜନସମାଗମ ପରିଚାଳନା ଏବଂ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି।

ଅତିରିକ୍ତ ପୋଲିସ ଅଧୀକ୍ଷକ ୦୩,ଡିଏସ୍?ପି/ଏସି ୧୦,ଇନ୍ସପେକ୍ଟର ୧୭,ଏସ୍?ଆଇ/ଏଏସ୍?ଆଇ ୬୬,ହାବିଲଦାର ୨୦,କନଷ୍ଟେବଳ – ୬୬,ଫୋର୍ସ ୧୩ ,ହୋମଗାର୍ଡ ୨୫୩,ପୁରୀ ପୋଲିସ ପକ୍ଷରୁ ସମସ୍ତ ଭକ୍ତଙ୍କୁ ଶାନ୍ତି, ଶୃଙ୍ଖଳା ଏବଂ ସହଯୋଗର ସହିତ ଦର୍ଶନ କରିବା ସହ ପୋଲିସ ଓ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି। କୌଣସି ସନ୍ଦେହଜନକ ବ୍ୟକ୍ତି, ବସ୍ତୁ କିମ୍ବା ଅପ୍ରୀତିକର ଘଟଣା ନଜରକୁ ଆସିଲେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ଅବଗତ କରିବାକୁ ଅନୁରୋଧ।ପୁରୀ ପୋଲିସ ସମସ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଓ ନିର୍ବିଘ୍ନ ଦର୍ଶନ ପାଇଁ ସଦା ସର୍ବଦା ପ୍ରତିବଦ୍ଧ।
