ବେଗୁନିଆପଡ଼ା: ମା କାଳୀଙ୍କ ମନ୍ଦିରରେ ଯୁବକଙ୍କ ନୃଶଂସ କାଣ୍ଡ ! ଜିଭ କାଟି ମନ୍ଦିର ପାଖରେ ପଡ଼ିଥିଲେ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ହଂସତୁଳି ଗ୍ରାମରେ । ସୂଚନା ଅନୁଯାୟୀ ସେହି ଗ୍ରାମର କିରଣ ପାତ୍ର ନାମକ ଜଣେ ଯୁବକ ନିଜ ଜିଭ କାଟି ମୁମୂର୍ଷୁ ଓ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମନ୍ଦିର ପାଖରେ ପଡିଥିବାର ସକାଳେ ସ୍ଥାନୀୟ ଲୋକେ ତାଙ୍କୁ ଦେଖିଲେ । ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ, ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ କେ ସି ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯୁବକ ଜଣକ ପାରିବାରିକ କହଳ ପାଇଁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛି ନା କୌଣସି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏପରି ଚରମ ନିଷ୍ପତ୍ତି ନେଲେ ଏହାର କାରଣ ଜଣା ପଡ଼ିନାହିଁ ।
