କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ନିଖୋଜ ଅଭିଯୋଗ। ଅଭିଯୋଗ ର ୨୪ ଘଣ୍ଟା ନ ପୂରୁଣୁ ନିଖୋଜ ଛାତ୍ର ର ସନ୍ଧାନ ମିଳିଛି। ।ଗତକାଲି କାହାକୁ କିଛି ନକହି ଛାତ୍ର ଜଣକ କେଉଁ ଆଡ଼େ ଚାଲିଯାଇଥିବା ଜଣାପଡ଼ିଥିଲା । ନିଖୋଜ ଛାତ୍ର ଜଣକ ନବମ ଶ୍ରେଣୀର ଶ୍ରୀତମ ବେହେରା ବୟସ ୧୪ ହୋଇଥିବା ସୂଚନା ମିଳିଛି ।ଏନେଇ ସ୍କୁଲ କର୍ତ୍ତୃପକ୍ଷ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ସହ ନିଖୋଜ ଛାତ୍ରଙ୍କ ପରିବାରକୁ ମଧ୍ୟ ଜଣାଇଥିଲେ । ସୂଚନା ଅନୁଯାୟୀ ନିଖୋଜ ଛାତ୍ର ଶ୍ରୀତମ ବେହେରା ପୂର୍ବରୁ ଫୁଲବାଣୀ ବଇଡ଼ା ଆଶ୍ରମ ବିଦ୍ୟାଳୟର ଛାତ୍ରାବାସରେ ରହି ପାଠ ପଢୁଥିଲେ । ସେଠାରେ ବିଶୃଙ୍ଖଳା ଆଚରଣ ଯୋଗୁଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ସହ ଶ୍ରୀତମକୁ ସୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରିଥିଲେ । ଏଠାରେ ମଧ୍ୟ ବିଶୃଙ୍ଖଳା ଆଚରଣ କରିବା ସହ ପୁର୍ବରୁ ଥରେ ଲୁଚି ପଳାଇଥିବା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ବାଲିଗୁଡା ଥାନା କେଶ ନମ୍ବର ୬୮ ଡିଟିତି ୟୁ/ଏସ ୧୩୭/ ( ୨) ଅଭିଯୋଗ ଅନୁସାରେ ସନ୍ଧାନ ଆରମ୍ଭ କରି ଅଭିଯୋଗ ର ୨୪ ଘଣ୍ଟା ନ ପୁରୁଣୁ ବାଲିଗୁଡା ପୋଲିସ କୁ ନିଖୋଜ ଶ୍ରୀତମ ର ସଦ୍ଧାନ ମିଳିଛି।ବାଲିଗୁଡା ପୋଲିସ ଶ୍ରୀ ତମକୁ ପାଇ ନିଜ ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି।ବାଲିଗୁଡା ଥାନା ଅଧିକାରୀ ଶିବରଞ୍ଜନ ଶିଙ୍ଗା।
