ବାରିପଦା ; ମୟୂରଭଞ୍ଜ ଜିଲ୍ଲା, ମୋରଡା ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ଜଣକ ହେଲେ ପଶ୍ଚିମବଙ୍ଗ ନେକ୍ରାଶୋଳ ଗ୍ରାମର ଅସିତ କୁମାର ମହାତ। ସୂଚନା ଅନୁଯାୟୀ, ଅସିତ ଆଜି ଅପରାହ୍ନରେ ବାରିପଦାରୁ ଘରକୁ ବାଇକ ଯୋଗେ ଫେରୁଥିବା ସମୟରେ ବର୍ଷା ହେବାରୁ ମୋରଡା ବ୍ଲକ ଅଧୀନ ଆଣୁଆ-ଅସ୍ତିଆ ନିକଟ ଆମ୍ବ ବଗିଚା ନିକଟରେ ଅଟକି ଯାଇଥିଲେ। ଏହି ସମୟରେ ବଜ୍ରପାତ ଘଟିବାରୁ ଅସିତ ଆହତ ହେବା ସହିତ ନିକଟରେ ଥିବା ଜଣେ ମହିଳା ମଧ୍ୟ ସାମାନ୍ୟ ଆଘାତ ପାଇଥିଲେ। ତେବେ ରାସ୍ତାରେ ଯାଉଥିବା ଜଣେ ଯୁବକ ନିଜ ଅଟୋରେ ଅସିତ ଏବଂ ମହିଳାଙ୍କୁ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ।
