ପୁରୀ: ଓଡ଼ିଶା ଖୋ ଖୋ ଆସୋସିଏସନ ପକ୍ଷରୁ ଟେକ୍ନିକାଲ ଅଫିସର ମାନଙ୍କୁ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଖୋ ଖୋ ଏକାଡ଼େମୀ ହଲ ଠାରେ ଶୁକ୍ରବାର ଏକ କର୍ମଶାଳା ସହ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଓଡ଼ିଶା ଅଲମ୍ପିକ୍ସ ସଂଘ କୋଷାଧ୍ୟକ୍ଷ ରବିଶଙ୍କର ପତିହରୀ, ଭାରତୀୟ ଖୋ ଖୋ ମହାସଂଘ ଫେଡେରେସନ ର ଉପସଭାପତି ତଥା ଓଡ଼ିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଓଡିଶା ଖୋ ଖୋ ସଙ୍ଘ କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ପ୍ରମୁଖ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଖୋ ଖୋ ଟେକ୍ନିକାଲ ଅଫିସର ମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶଂସା କରିଥିଲେ । ଓଡ଼ିଶାର କୋଣ ଅନୁକୋଣରେ ଲୁଚି ରହିଥିବା ଲୁକାୟିତ ଖୋ ଖୋ କ୍ରୀଡାବିତ ପ୍ରତିଭା ମାନଙ୍କୁ ସର୍ବସାଧାରଣରେ ପରି ପ୍ରକାଶ ସହ ତାଙ୍କୁ ଦେଶର ଏକ ଶ୍ରେଷ୍ଠ କ୍ରୀଡାବିତ ଭାବେ ଗଢି ତୋଳାବା ପାଇଁ ଟେକ୍ନିକାଲ ଅଫିସର ଓ କୋଚ ମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ଯକ୍ତ କରିଥିଲେ । ନବାଗତ ବୈଷୟିକ ଅଧିକାରୀଙ୍କ ଉଦ୍ୟମରେ ଉତ୍ସାହ ଭରିଦ୍ୱୋ ସହ ନିଜ ବିଦ୍ୟାଳୟ ଓ କ୍ରୀଡ଼ା ପଡ଼ିଆରେ ପିଲାମାନଙ୍କୁ ଖୋ ଖୋ ଖେଳାଇ ଓଡ଼ିଶା ଖୋ ଖୋ ଦଳ ପାଇଁ ବଳିଷ୍ଠ ଅବଦାନ ରହିବ ବୋଲି ଭାରତୀୟ ଖୋ ଖୋ ଫେଡେରେସନର ଉପସଭାପତି ତଥା ଓଡିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଆଶା ବ୍ୟକ୍ତ କରିଛନ୍ତି। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଓଡ଼ିଶାର ୨୭ଟି ଜିଲ୍ଲାରୁ ୯୭ ଜଣ ଖୋ ଖୋ ବୈଷୟିକ ଅଫିସର ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ନୂଆ କିଟ୍ ପ୍ରଦାନ ସହ ସାଟିର୍ଫିକେଟ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ଆଗାମୀ ଖୋ ଖୋ ଖେଳରେ ପିଲାମାନଙ୍କୁ ଦିଗଦର୍ଶନ ଦେବା ସହ କ୍ରୀଡା କୌଶଳ ଭଲ ପ୍ରଦର୍ଶନ ପାଇଁ ଅନେକ ଚେଷ୍ଟା ଜାରି ରଖି ପିଲାମାନଙ୍କ କ୍ଯାରିୟର ଗଢିପାରିବେ । ନୂତନ ଟେକ୍ନିକାଲ ଅଫିସର ମାନଙ୍କ ଉତ୍ସାହ ବଢିବା ସହ ସେମାନେ ଖୋ ଖୋ ପିଲାମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚିବାରେ ସକ୍ଷମ ହୋଇପାରିବେ ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଛୋଟ ପ୍ରୟାସ । ପ୍ରାରମ୍ଭରେ ଶାରିରୀକ ଶିକ୍ଷା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ ।
