ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡା ନିକଟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ ବିଲକୁ ଖସିପଡ଼ିଛି । ଟ୍ରକଟି ଦଶପଲ୍ଲାରୁ ଭଂଜନଗର ଅଭିମୁଖେ ଯାଉଥିଲା । ଟ୍ରକ୍ ର ଯାନ୍ତ୍ରିକ ତ୍ରୃଟି ହେବାରୁ, ଦୁର୍ଘଟଣା କୁ ଟାଳିବା ପାଇଁ, ଡ୍ରାଇଭର ଜଣକ, ବିଲ ଭିତରକୁ ନେଇ ଯାଇଥିଲେ । ଏହି ସମୟରେ ଟ୍ରକଟି ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ବାଇକ୍?କୁ ଧକ୍କା ଦେଇ ବିଲ ମଝିକୁ ଚାଲିଯାଇଥିଲା । ସୌଭାଗ୍ୟବଶତଃ ବାଇକ୍ ଚାଳକ ସେହି ସମୟରେ ଗାଡ଼ି ପାଖରେ ନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି । ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ । ଟ୍ରକ ଡ୍ରାଇଭର ମଧ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି । ଖବର ପାଇ ଭଞ୍ଜନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
