ବାରିପଦା /ସାହାରପଡା; କେନ୍ଦୁଝର ବନଖଣ୍ଡ, ପାଟଣା ବନାଞ୍ଚଳ, ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ଡଳଙ୍ଗ ଗ୍ରାମରେ ପ୍ରାୟ ୨୦ ଟିକିଆ ହାତୀପଲ ଆତଙ୍କ ସୃଷ୍ଟି କରି ଜୟକୁଷ୍ଠ ମୁଣ୍ଡାଙ୍କ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି । ମାତ୍ର କିଛି ମୁହୂର୍ତ୍ତରେ ମାଟିଘର ଧ୍ୱଂସସ୍ତୂପରେ ପରିଣତ ହୋଇଥିବା ବେଳେ ଘରେ ଥିବା ଆସବାବପତ୍ର, ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ଫଳରେ ପାଞ୍ଚ ଜଣିଆ ପରିବାର ଆଜି ଖୋଲା ଆକାଶ ତଳେ ଦିନ କାଟିବାକୁ ବାଧ୍ୟ ହୋଇଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ପରିବାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ଖିରେଇଟାଙ୍ଗିରି ବନପାଳ ଘଟଣାସ୍ଥଳରେ ପହଞ୍ଚି ଟର୍ଚ୍ଚ ଲାଇଟ, ରାସନ ସାମଗ୍ରୀ ଯୋଗାଇବା ସହ ରାତ୍ରିଯାପନ ପାଇଁ ଅସ୍ଥାୟୀ ବ୍ୟବସ୍ଥା କରିଥିଲେ। କଣ୍ଟିଆପଡା ଆର୍ଆଇ ଶିବ ପ୍ରସାଦ ମହାନ୍ତ ମଧ୍ୟ ପହଞ୍ଚି ପଲିଥିନ ପ୍ରଦାନ କରି ସହଯୋଗର ହାତ ବଢ଼ାଇଥିଲେ।

ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପାଟଣା ରେଞ୍ଜ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚି ନାହାନ୍ତି କିମ୍ବା କ୍ଷତିଗ୍ରସ୍ତ ପରିବାରକୁ କୌଣସି ଆଶ୍ୱାସନା ଦେଇ ନାହାନ୍ତି। ସମ୍ପୂର୍ଣ୍ଣ ଘର ଭାଙ୍ଗିଯାଇଥିବାରୁ ଜୟକୁଷ୍ଠ ମୁଣ୍ଡାଙ୍କ ପକ୍ଷରେ ପୁଣି ଘର ନିର୍ମାଣ କରିବା ଅସମ୍ଭବ ହୋଇପଡ଼ିଛି। ବର୍ଷା ଋତୁରେ ଛୋଟ ଛୋଟ ପିଲାଙ୍କୁ ନେଇ ଏହି ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ସ୍ଥାନୀୟ ଲୋକଙ୍କ ଦାବି, ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ କ୍ଷତିପୂରଣ, ସ୍ଥାୟୀ ସରକାରୀ ଆବାସ, ଆର୍ôଥକ ସହାୟତା ଓ ଆବଶ୍ୟକ ରିଲିଫ୍ ପ୍ରଦାନ କରନ୍ତୁ। ଏଭଳି
