ଜୟପୁର: କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ଠାରେ ଆଜି ଜଣେ ଦଶମ ଶ୍ରେଣି ଛାତ୍ର କୁ ହତ୍ୟା ହୋଇଛି । ମୃତ ଦଶମ ଶ୍ରେଣି ଛାତ୍ର ଜଣକ ହେଲେ ବାରିଣିପୁଟର ମହେଶ ବାଘ । ଏନେଇ ଜୟପୁର ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଏସଡିପିଓ ଆଚ୍ଚିତା ମିତ୍ତସାଇଣ୍ଟିଫିକ ଟିମ ତଦନ୍ତ କରିଥିବା ଜଣାଯାଇଛି । ସୁଚନା ଅନୁଯାଇ ୧୦ ଶ୍ରେଣୀ ଛାତ୍ର କୁ ଛୁରା ମାଡ । ବାରିଣିପୁଟ ସ୍ଥିତ ଯୋଜନା ଉଚ୍ଚ ବିଦ୍ୟାଳୟ ରେ ଘଟିଛି ଘଟଣା । ମଧ୍ୟାହ୍ନ ଭୋଜନ ଛୁଟି ବେଳେ ବିଦ୍ୟାଳୟ ବାହାରେ ଜଣେ ଅଣ ଛାତ୍ର ଓ ସ୍ଲୁଲ ରେ ପଡୁଥିବା ଛାତ୍ର ଙ୍କ ଭିତରେ କୌଣସି କାରଣରୁ ବଚସା ହେବାରୁ ଅଣ ଛାତ୍ର ଜଣକ ଧାରୁଆ ମାରାଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲା । ଗୁରୁତର ଛାତ୍ର କୁ ନିକଟସ୍ଥ ଘରୋଇ ଚିକିତ୍ସାଳୟ ରେ ଭତ୍ତି କରାଯାଇଥିଲା । ଏନେଇ ବିଦ୍ୟାଳୟରର ପ୍ରଧାନ ଶିକ୍ଷକ ପର୍ଶୁରାମ ସେଠି ପ୍ରକାଶ କରିଛନ୍ତି । ସେଠାରେ ଚିକିତ୍ସା ଧିନ ଅବସ୍ଥାରେ ମୃତ ହୋଇଛି । ମୃତ ଛାତ୍ରର ବାପା ମୁରଲି ବାଘ କହିଛନ୍ତି ତାଙ୍କ ପୁଅ କାହା ସହ ଝଗଡା କରେ ନାହିଁ କି ପାଟିତୁଣ୍ଡ ବି ନାହିଁ କିଛି ବି ଶତ୍ରୁତା ବି ନଥିବା କହିଛନ୍ତି । ଅଭିଯୁକ୍ତ କୁ ଗିରଫ ଦାବି ସହ ନ୍ୟାୟ ଦାବିରେ ବାରିଣିପୁଟ ଫାଣ୍ଡି ସମ୍ମୁଖରେ ଜାତୀୟ ରାଜ ପଥ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଘଣ୍ଟା ଘଣ୍ଟା ଧରି ଗାଡି ଅଟକି ରହିଥିଲା । ସୁଚନା ଅନୁଯାଇ ବିନା କାରଣ ରେ ତାଙ୍କ ପୁଅ କୁ ହତ୍ୟା କରାଯାଇଥିବା ନେଇ ମୃତ ଛାତ୍ରର ମା ସୁରଭି ବାଘ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରତ୍ୟେକ ଦିନ ପରି ଛାତ୍ର ଜଣକ ମଧ୍ୟାହ୍ନରେ ଘରୁକୁ ଖାଇବାକୁ ଯାଏ । ମହେଶ ଘରକୁ ଆସୁଥିବା ବେଳେ ବିଦ୍ୟାଳୟ ଠାରୁ କିଛି ଦୁରରେ ୨ ଭାଇ ଅବତାବ ହିଆଲ ତାଙ୍କ ଭାଇ ରିଆନ ହିଆଲ ପେଟକୁ ଲକ୍ଷ୍ୟ କରି ଛୁରି ରେ ଆକ୍ରମଣ କରିଥିଲେ । ଛାତ୍ର ଜଣକ ଚିତ୍କାର କରିଥିଲା । ଏହା ଶୁଣି ୨ ଅଭିଯୁକ୍ତ ଭାଇ ଆକ୍ରମଣରେ ବ୍ୟବହୁତ ଛୁରି କୁ ଫିଙ୍ଗି ଚମ୍ପଟ ମାରିଥିଲେ । ଆଗରୁ ମଧ୍ୟ ଝଗଡା ହୋଇଥିଲା । ଗୁରୁତର ଅବସ୍ଥାରେ ଦଶମ ଶ୍ରେଣି ଛାତ୍ର କୁ ହିଲପିଟାଲ ରେ ଭତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
