ପୁରୀ: ନୂଆ ସରକାର ଠିକାଦାର ମାରଣ ନୀତି ଧରିଛନ୍ତି ବୋଲି ପୁରୀଜିଲ୍ଲା ଠିକାଦାର ସଙ୍ଘ ଅଭିଯୋଗ କରିଛନ୍ତି । ଶନିବାର ସଙ୍ଘର ଏକ ଶୋଭାଯାତ୍ରା ସୁବାଷ ବୋଷ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଞ୍ଚିଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଦାବିପତ୍ର ରେ ଦର୍ଶାଇଛନ୍ତି ଯେ ଚଳିତବର୍ଷ ରଥଯାତ୍ରା ସମୟରେ ସ୍ନାନପୂର୍ଣମୀ ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ଠିକାଦାରୀ କାମକୁ ସଙ୍ଘ ବିରୋଧ କରିବ । ସରକାର ଦେଇଥିବା ପ୍ରତିଶୃତି କୁ ପାଳନ କରିବା ପରିବର୍ତ୍ତେ ଠିକାଦାର ମାରଣ ଗାଇଡ଼ଲାଇନ କରିଛନ୍ତି । ହଜାରେ ଟଙ୍କା ର ପ୍ରକୁତ କାମ କୁ କିପରି ତିନି ଶହ ଟଙ୍କା ରେ କରିବା ପାଇଁ ବାଧ୍ୟ କରିବା ନ୍ୟାୟରେ ବିରକ୍ତ ହୋଇଛନ୍ତି ଠିକାଦାର ସଙ୍ଘ । ଯାହାଫଳରେ କାମର ମାନ କ୍ଷେଣସ୍ଥାୟୀ ହେବ । ଆଜିର ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ ପୁରୀ ମ୍ୟୁନିସିପାଲିଟି ଠିକାଦାର ସଙ୍ଘ ର ସମ୍ପାଦକ ଲୋକନାଥ ପଣ୍ଡା । ଜାନୁୟାରୀ ୩ ତାରିଖରେ ଠିକାଦାର ମାନଙ୍କ ପାଇଁ ରାଜ୍ୟ ସରକାର ଯେଉଁ ନିୟମ ଆଧାର ଲାଗୁ କରିଛନ୍ତି ରାଜ୍ୟ ଠିକାଦାର ସଙ୍ଘ ତାକୁ ବିରୋଧ କରିଛନ୍ତି । ଆଗକୁ ସରକାରୀ ଠିକା କାମ କୁ ପ୍ରବଳ ବିରୋଧ କରାଯିବ ବୋଲି ସଙ୍ଘ ଚେତାବନୀ ଦେଇଛି ।
