ଜୟପୁର: ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ କ୍ଷତି ପୂରଣ ଦାବିରେ ଥାନା ସମୁଖ ରେ ଶବ ରଖି ରାଜ ପଥ ଅବରୋଧ।ବୋରିଗୁମ୍ମା ଥାନା ଆଗରେ ୨୬ ନମ୍ବର ଜାତୀୟ ରାଜପଥରେ ଅବରୋଧ କାରଣ ରୁ ଗାଡି ଯାତାୟାତ ପୂରାପୂରି ଠପ ରହିଛି।ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।ଗତକାଲି ରାତି ଚାରଗାଁ ଛକ ନିକଟରେ ଏକ ମହିନ୍ଦ୍ରା ଏସିବି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।ମୃତ ବ୍ୟକ୍ତି ପିତାମ୍ବର ପୂଜାରୀ (୪୫)।କ୍ଷତିପୂରଣ ଦାବିରେ ସ୍ଥାନୀୟଙ୍କ ରାସ୍ତା ରୋକ।ଗତକାଲି ସନ୍ଧ୍ୟା ସମୟରେ ପିତାମ୍ବର ପୂଜାରୀ ବୋରିଗୁମ୍ମାରୁ ନିଜ ଘର ଚାରଗାଁକୁ ବାଇକରେ ଯାଉଥିବାବେଳେ ଚାରଗାଁ ଛକ ନିକଟରେ ଏକ ମହିନ୍ଦ୍ରା ଏସିବି ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ କ୍ଷତିପୂରଣ ଦାବିରେ ପରିବାର ଓ ସ୍ଥାନୀୟ ଲୋକେ ବୋରିଗୁମ୍ମା ଥାନା ଆଗରେ ମୃତଦେହ ରଖି ରାସ୍ତା ରୋକ କରିଛନ୍ତି।
