ବାଲିଗୁଡ଼ା: ଗାଁ ପୋଖରୀ ରେ ବୁଡି ଯାଇ ବୃଦ୍ଧ ଙ୍କ ମୃତ୍ୟୁ । କ.ନୂଆଗାଁ ଥାନା କୁଡୁତୁଲି ଗାଁ ରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ କୁଡୁତୁଲି ଗ୍ରାମ ମଝି ସାହିର ହରି ସିଙ୍ଗ ପାତ୍ର । ତେବେ ବୃଦ୍ଧ ଜଣକ ଗାଧେଇବାକୁ ଯାଇ ଆଉ ଫେରି ନଥିବା ବେଳେ ପରେ ଭାସମାନ ଅବସ୍ଥାରେ ପୋଖରୀ ରେ ମୃତ ଦେହ ଦେଖି ପୋଲିସ କୁ ଖବର ଦେଇଥିଲେ ଗ୍ରାମବାସୀ ।ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ବାଲିଗୁଡା ମେଡିକାଲ କୁ ପଠାଇଛି ।
