ଚିଲିକା: ବାଣପୁର-ଚିଲିକା ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ପଲ୍ଲବୀ ନାଟ୍ୟ କଳା , ମଠପୁର ର ୬ଷ୍ଠ ସାମ୍ବତ୍ସରିକ ଉତ୍ସବ ପାଳନ ଅବସରରେ ସାଂସ୍କୃତିକ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଗୁରୁମାନଙ୍କୁ ନେଇ ସମ୍ବର୍ଦ୍ଧନା ଓ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚିଲିକା ତଟ୍ୱର୍ତ୍ତୀ କଳିଯୁଗେଶ୍ୱରଙ୍କ ପୀଠ ପରିସର ରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଚିଲିକା ବ୍ଲକର ପ୍ରାକ୍ତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କଣ୍ଡୁରୀ ଚରଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ସାହିତ୍ୟ ସିନ୍ଦୂରାର ସମ୍ପାଦକ ତଥା ପରିଡ଼ା ପାଠାଗାରର ପ୍ରତିଷ୍ଠାତା ଗୋଲକ ବିହାରୀ ପରିଡ଼ା, ମୁଖ୍ୟବକ୍ତା ଭାବେ ଘିଅଖଲା ମଠପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନ୍ଦାକିନୀ ଦାଶ ଯୋଗଦେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ରବୀନ୍ଦ୍ରନାଥ ପ୍ରଧାନ, ସମାଜସେବୀ ସୁଧାକର ପ୍ରଧାନ, କବି ଶଶୀଭୂଷଣ ବରାଳ,ସିଙ୍ଗେଶ୍ୱର ପଞ୍ଚାୟତର ନାଏବ ସରପଞ୍ଚ ସୁଦର୍ଶନ ସାହୁ ଯୋଗଦେଇ ପଲ୍ଲବୀ ନାଟ୍ୟ କଳା ପରିଷଦର ସାଂସ୍କୃତିକ ବିପ୍ଲବର ଭୂୟସୀ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ପରିଷଦର ସମ୍ପାଦକ ଅଶୋକ କୁମାର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ କଳା କ୍ଷେତ୍ରରେ ନିରବଚ୍ଛିନ୍ନ ସାଧନାରତ ନାଟ୍ୟ, ନୃତ୍ୟ ଓ ସଙ୍ଗୀତ ଗୁରୁ ଉମା ମିଶ୍ର,ଗୈ।ରାଙ୍ଗ ଚରଣ ମୁଦୁଲି,ବିଜୟ କୁମାର ସାହୁ, ବିଷ୍ଣୁ ପ୍ରିୟା ବାରିକ , ଭିକାରୀ ଚରଣ ପ୍ରଧାନ, ପ୍ରମୋଦ କୁମାର ସ୍ୱାଇଁ,ମାଧବ ଚନ୍ଦ୍ର ପଲେଇ,ବିଜୟ କୁମାର ସେଠୀ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପଲ୍ଲବୀ ନାଟ୍ୟ କଳା ପରିଷଦର ଶିଶୁ ନାଟକ “ତୁ ମୋ ଆଖିର ତାରା” ଏ୍ୱଂ “ଅନ୍ଧ ଭକ୍ତି ର ଶିଶୁ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଅଭିନେତ୍ରୀ ଶିବାନୀ ସ୍ୱାଇଁ ଏବଂ ଜାତୀୟ ପୁରସ୍କାର ଲାଭ କରିଥିବା ପରୀ ବେହେରା ଓ ବୈଷ୍ଣବ ଯୁଝାର ସିଂହ ଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟ କ୍ରମର ମଞ୍ଚ ସଞ୍ଚାଳନ କରିଥିଲେ ବିଶିଷ୍ଟ କବି ତଥା ବରିଷ୍ଠ ଶିକ୍ଷକ ଗୋପୀନାଥ ଦାଶ । ଧନ୍ୟବାଦ ପ୍ରଦାନ କରିଥିଲେ ପରିଷଦର ସଭାପତି ପୃଥ୍ୱୀଧର ପ୍ରଧାନ। ସହଯୋଗ କରିଥିଲେ ଓମ୍ କୁମାର ଦେବଦତ୍ତ, ଜିତେନ୍ଦ୍ର କୁମାର ସାହୁ, ସୁଶାନ୍ତ କୁମାର ସାହୁ,ଆକାଶ ସ୍ୱାଇଁ, ପଞ୍ଚାନନ ଜେନା।
