ଚେନ୍ନାଇ, ୪ା୩: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଶାସକ ଡିଏମ୍କେ ଏବଂ କଂଗ୍ରେସ ବୁଧବାର ସେମାନଙ୍କ ମେଣ୍ଟକୁ ଚୂଡ଼ାନ୍ତ କରିଛନ୍ତି। ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୨୮ଟି ଆସନ ଛାଡ଼ିଦିଆଯାଇଛି। ସେହିଭଳି କଂଗ୍ରେସକୁ ଗୋଟିଏ ରାଜ୍ୟସଭା ଆସନ ମିଳିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏହି ଚୁକ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ନେତୃତ୍ୱରେ ୨୧ଟି ଦଳର ଏକ ମହାମେଣ୍ଟର ଅଂଶ, ଯାହା ଆଗାମୀ ନିର୍ବାଚନରେ ବିଜେପି-ଏଆଇଏଡିଏମକେ ମେଣ୍ଟ ବିରୁଦ୍ଧରେ ଏକ ମିଳିତ ମୋର୍ଚ୍ଚା ଉପସ୍ଥାପନ କରିବା ଲକ୍ଷ୍ୟ ରଖିଛି।
