ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମଙ୍ଗଳବାର ଦିନ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ପର୍ଯ୍ୟାୟରେ ୪୨ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ଯେଉଁଥିରେ ଜୋରହଟ ଆସନ ପାଇଁ ଲୋକସଭାରେ ବିରୋଧୀ ଦଳର ଉପନେତା ତଥା ଆସାମ କଂଗ୍ରେସ ମୁଖ୍ୟ ଗୌରବ ଗାଗୋଇଙ୍କ ନାମ ରହିଛି। ସେହିପରି ରିପୁନ ବୋରାଙ୍କ ନାମ ବରଚାଲା ଆସନ ପାଇଁ ରହିଛି। ସେହିପରି ଅଭିଜିତ ପଲଙ୍କୁ ସିଲଚର, ଇନ୍ଦ୍ରନିଲ ପେଗୁଙ୍କୁ ମଜୁଲି ଓ ମୀରା ବୋରଥାକର ଗୋସ୍ୱାମୀଙ୍କୁ ଦିସପୁର ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ପାଇଁ ଆସନ୍ତା ଏପ୍ରିଲରେ ନିର୍ବାଚନ ହୋଇପାରେ ବୋଲି ଅନୁମାନ କରାଯାଉଛି।
