ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ମୁନିସିପାଲିଟି ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଇଲେକଟ୍ରିକ ଶବ ଦାହ ଚୁଲା ଗତ ତିନି ବର୍ଷ ତଳେ ପଟାବାଲି ସାହି ସାଲୁଙ୍କି ବ୍ରିଜ୍ ନିକଟ ଚୂନ ଫାକ୍ଟରୀ ନିକଟରେ ସ୍ଥାପିତ ହୋଇଥିଲା। ତିନିବର୍ଷ ତଳେ ଇଲେକଟ୍ରିକ ଚୁଲା ର କାମ ଶେଷ ହୋଇଛି। ଏହା ଯେଉଁ ଉଦ୍ଦେଶ୍ୟ ରେ ନିର୍ମାଣ ହୋଇଥିଲା ସଫଳ ହେଲା ନାହିଁ।ମ୍ୟୁନିସିପାଲିଟୀ ର ଅପାରଗତା ଯୋଗୁଁ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ଏହା ତାଲା ପଡିକି ରହିଅଛି।ଏପଟେ ଅଧିକାଂଶ ସମୟରେ ଫରେଷ୍ଟ କର୍ପୋରେସନ ଡିପୋ ରେ କାଠ ଉପଲବ୍ଧ ହେଉ ନାହିଁ। ଲୋକେ ବିଭିନ୍ନ ଗାଁ କୁ ଯାଇ କାଠ ସଂଗ୍ରହ କରୁଥିବା ଦେଖାଯାଉଛି। ଗ୍ୟାସ ର ଅଭାବ ବିକ୍ରି ଯୋଗୁଁ ହୋଟେଲ ୍ୱାଲା କାଠ କିଣି ନେଇ ରୋଷେଇ କରୁଛନ୍ତି। ଫଳରେ ଶବ ଦାହ ପାଇଁ ଯଥେଷ୍ଟ କାଠ ମିଳୁ ନାହିଁ! କନ୍ଧମାଳରେ ୬୨ ପ୍ରତିଶତ ଜଙ୍ଗଲ ଅଛି। କାଠ ସୁଖୀ ଜଙ୍ଗଲରେ ପଡି ନଷ୍ଟ ହେଉଛି କିନ୍ତୁ ଶବ ଦାହ ପାଇଁ ଅଧିକାଂଶ ସମୟରେ ଉପଲବ୍ଧ ହେଉ ନାହିଁ। ତେବେ ଶବ ଦାହ ପାଇଁ କାଠ ଡିପୋ ରେ କାଠ ମହଜୁଦ ସାଙ୍ଗକୁ ଇଲେକ୍ଟ୍ରିକ ଚୁଲା କାର୍ଯ୍ୟକ୍ଷମ କରାଯିବାକୁ ଜାଗ୍ରତ କନ୍ଧମାଳର ସମ୍ପାଦକ ତଥା ଦକ୍ଷିଣ ଓଡିଶା ୍ୱିକାଶ ପରିଷଦ ର ସଦସ୍ୟ ସତ୍ୟ ନାରାୟଣ ବେହେରା ମତବ୍ୟକ୍ତ କରିଛନ୍ତି।
