ଚଣ୍ଡିଖୋଲ: ବଡ଼ଚଣା ବ୍ଳକ ଚଣ୍ଡିତଳ ପଞ୍ଚାୟତ ( ପାଟଣା ) ଦେହୁରୀ ସାହିର ମାନୁ ଦେହୁରୀ ଙ୍କ ଘର ଗତ ସଂନ୍ଧ୍ୟାରେ କୈାଣସି କାରଣ ରୁ ପୋଡ଼ି ସମ୍ପୁର୍ଣ୍ଣ ଭାବରେ ଛାରକାର ହୋଇଯାଇଛି। ଏହି ଖବର ପାଇ ଆଜି ସକାଳୁ ସ୍ଥାନୀୟ ଉଦୀୟମାନ ସ୍ୱେଚ୍ଛାସେବି ଅନୁଷ୍ଠାନର ସ୍ୱେଚ୍ଛାସେବୀ ଗଣ ବିପନ୍ନଙ୍କ ପରିବାରରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହିତ ଏକମାସ ପାଇଁ ରାଶନ ସାମଗ୍ରୀ ଓ ପିନ୍ଧାଲୁଗା ସମେତ ଅନ୍ୟାନ୍ୟ ଘରୋଇ ଉପକରଣ ଯୋଗାଇ ଦେଇଛନ୍ତି । ସାମାଜିକ କର୍ମୀ ଅନିଲ କୁମାର ଦାସ,ଉଦୀୟମାନ ମହିଳା ସଙ୍ଗଠନର ଶାଖା ସଭାନେତ୍ରୀ ସୁଜାତା ସାମଲ, ସଂପାଦିକା ହରପ୍ରିୟା ମହାନ୍ତି , ସ୍ୱେଚ୍ଛାସେବୀ ସୁଜିତ୍ କୁମାର ଦାସ, ବେଣୁଧର ପ୍ରଧାନ ସହାୟତାର ହାତ ବଢ଼େଇଥିଲେ । ଏଥିରେ ସ୍ଥାନୀୟ ସରପଞ୍ଚ ସାଗରିକା ବିହାରୀ ଉପସ୍ଥିତ ଥିଲେ।
