ଛତ୍ରପୁର: ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକ ନିକଟ ଗୋଦାମଗୃହରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି କ୍ଷ ଶ୍ରୀ କ୍ରିଷ୍ଣା ଏଣ୍ଟ୍ରପ୍ରାଇଜ ନାମକ ସଂସ୍ଥା ଗୋଦାମ ଗୃହରେ ହଠାତ ନିଆଁ ଲାଗି ଯିବା ଦେଖିବାକୁ ପାଇ ସ୍ଥାନୀୟ ବାସିନ୍ଦା ମାନେ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ କ୍ଷ ଘଟଣାର ଖବର ପାଇ ଛତ୍ରପୁର ଓ ବ୍ରହ୍ମପୁର ଅଗ୍ନିଶ୍ରମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ କ୍ଷ ସୂଚନା ପ୍ରକାରେ ପ୍ରତିଦିନ ପରି ଆଜି ବି ଗୋଦାମ ଖୋଲାଯାଇ କାର୍ଯ୍ୟ ଚାଲିଥିଲା କ୍ଷ କର୍ମଚାରୀ ମାନେ ଗୋଦାମ ବନ୍ଦ କରି ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିବା ବେଳେ ହଠାତ ଗୋଦାମ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ କ୍ଷ ଗୋଦାମ ମାଲିକ ଆସି ସାଙ୍ଗେ ସାଙ୍ଗେ ଗୋଦାମ ଭିତରୁ ସାମଗ୍ରୀ ବାହାର କରିବା ପାଇଁ ଚେଷ୍ଟା କରିଥିଲେ କ୍ଷ କିନ୍ତୁ ତାହା ସମ୍ଭବ ହୋଇପାରିନଥିଲା କ୍ଷ ଅଗ୍ନିଶ୍ରମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି କ୍ଷ ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଠ ରହିଛି କ୍ଷ ଉକ୍ତ ଗୋଦାମ ଗୃହ ରେ କୁରକୁରି, ଆଚାର, ଘିଅ, ସସ ସହିତ ବିଭିନ୍ନ ଖାଦ୍ୟ ସାମଗ୍ରୀ ରହିଥିଲା କ୍ଷ
