ତେହେରାନ: ଆମେରିକା-ଇସ୍ରାଏଲ ବିମାନ ଆକ୍ରମଣରେ ଇରାନର ସଶସ୍ତ୍ର ବାହିନୀର ମୁଖ୍ୟ ମେଜର ଜେନେରାଲ ଆବଦୋଲରାହିମ ମୁସାଭିଙ୍କ ପ୍ରାଣହାନି ଘଟିଛି। ଏ ନେଇ ଇରାନର ସରକାରୀ ଟେଲିଭିଜନ ରବିବାର ସ୍ପଷ୍ଟ କରିଛି। ମହମ୍ମଦ ବାଘେରୀଙ୍କ ହତ୍ୟା ପରେ ଆୟାତୋଲ୍ଲା ଖାମେନିଙ୍କ ଦ୍ୱାରା ୨୦୨୫ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନିଯୁକ୍ତ ପାଇଥିବା ମୁସାଭି ଇରାନର ପ୍ରତିରକ୍ଷା ପରିଚାଳନା କରିଥିଲେ। ସ୍ଥଳ କମାଣ୍ଡରରୁ ସର୍ବୋଚ୍ଚ ସାମରିକ ରଣନୀତିଜ୍ଞ ପର୍ଯ୍ୟନ୍ତ ଦଶନ୍ଧି ଧରି ସେବା କରିଥିବା ମୁସାଭି ସେନାର ଉତ୍ତର-ପୂର୍ବ ମୁଖ୍ୟାଳୟର ନେତୃତ୍ୱ ନେଇଥିଲେ। ୨୦୧୭ରେ ସେନା କମାଣ୍ଡର-ଇନ୍-ଚିଫ୍ ଏବଂ ଜୁନ୍ ୨୦୨୫ରେ ଚିଫ୍-ଅଫ୍-ଷ୍ଟାଫ୍ ଭାବରେ ପଦୋନ୍ନତି ପାଇବା ପୂର୍ବରୁ ଇମାମ୍ ଅଲି ସାମରିକ ବିଶ୍ୱବିଦ୍ୟାଳୟର ନେତୃତ୍ୱ ନେଇଥିଲେ। ଖାମେନି ତାଙ୍କର କାର୍ଯ୍ୟକୁ ଖୁବ୍ ପ୍ରଶଂସା କରୁଥିଲେ।
