କଟକ: କମିଶନରେଟ୍ ପୁଲିସକୁ ମିଳିଛି ବଡ ସଫଳତା। କମିଶନରେଟ୍ ପୁଲିସ ବେଆଇନ ବାଲି ବୋଝେଇ ଗାଡି ଜବତ କରିଛି। ପରିବହନ ବିରୋଧରେ ଚାଲିଥିବା ଅଭିଯାନରେ ଗତକାଲି ରାତିରେ ୪୨ ମୌଜା ଥାନା ଅନ୍ତର୍ଗତ ଭଗବତୀ ଘାଟରେ ଏକ ବେଆଇନ ବାଲି ପରିବହନର ରାକେଟ ଉପରେ ଚଢାଉ କରାଯାଇଥିଲା। ସୂଚନା ପାଇବା ପରେ ସଦର ଥାନା ଏବଂ ୪୨ ମୌଜା ଥାନାର କର୍ମଚାରୀମାନେ ୧୦ଟି ହାଇୱା ଗାଡ଼ି ଅଟକାଇଥିଲେ। ଏଥିମଧ୍ୟରୁ ସଦର ଥାନା ଅଞ୍ଚଳରେ ୦୮ ଟି ଗାଡ଼ି ଅଟକାଇ ସଦର ଥାନାକୁ ପଠାଇଥିବା ବେଳେ ୨ ଟି ହାଇୱା ଗାଡ଼ିକୁ ୪୨ ମୌଜା ଥାନା ମଧ୍ୟରେ ଅଟକ ରଖାଯାଇଥିଲା। ଏହି ସମ୍ପର୍କରେ ମାମଲା ରୁଜୁ କରାଯାଇଛି ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
