ପୁରୀ: ଭିଆନ ଇଲେକଟ୍ରିକ୍ ପ୍ରାଇଭେଟ ଲିମିଟେଡର ବାର୍ଷିକ ଡିଲର ବୈଠକ ଓ ପୁରସ୍କାର ବିତରଣ ଉତ୍ସବ ହୋଟେଲ ସେଭନ ହିଲ୍ସ ଠାରେ ରବିବାର ଆନନ୍ଦ ଉଲ୍ଲାସର ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଭିଆନ ଇଲେକଟ୍ରିକ୍ ପ୍ରାଇଭେଟ ଲିମିଟେଡର ଇଷ୍ଟର୍ଣ୍ଣ ଜୋନର ମୁଖ୍ଯ ଏମ.କେ ସିଂ,ଓଡିଶାର କମ୍ପାନୀ ଏରିଆ ମ୍ଯାନେଜର ମିଷ୍ଟର ସୁରେଶ ସାହୁ, ସଞ୍ଜୟ ଚୁଡିବାଲ ଓ ଅନ୍ଯ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏଥିସହ କୋଷ୍ଟାଲ ଓଡିଶାର ପ୍ରତିଷ୍ଠିତ ଡିଷ୍ଟ୍ରିବ୍ୟୁଟର ମାନଙ୍କର ଅଧିନରେ ଥିବା ଡିଲର ମାନେ ଯୋଗ ଦେଇଥିଲେ । ବାର୍ଷିକ ଏକଲକ୍ଷ ଠାରୁ ଆରମ୍ଭ କରି ପଞ୍ଚସ୍ତରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବ୍ଯବସାୟ କରିଥିବା ବ୍ଯବସାୟୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା ।

ଏଥିରେ ମୁଖ୍ଯ ଆକର୍ଷଣ ଯାଜପୁର ରୋଡର ପ୍ରତିଭା ଟ୍ରେଡର୍ସ ମିଷ୍ଟର ସତ୍ଯନାରାୟଣ ମହାନ୍ତି ୭୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବ୍ଯବସାୟ କରି ଏକ ହୁଣ୍ଡାଇ କ୍ରେଟା ଗାଡି ପାଇଥିଲେ । ଅନ୍ଯ ବ୍ଯବସାୟୀ ୫୦ ଲକ୍ଷ ଟଙ୍କାର ବ୍ଯବସାୟ କରି ଗ୍ରାଣ୍ଡ ଆଇ ୧୦ ଓ ୪୦ ଲକ୍ଷ ଟଙ୍କା ବ୍ଯବସାୟ କରି ଟାଟା ଟିଆଗୋ ଓ ୩୨ ଲକ୍ଷ ଟଙ୍କା ବ୍ଯବସାୟ କରି ମାରୁତି ଅଲ୍େଟା କାର ଅତିଥିମାନଙ୍କ ଦ୍ୱାର ପ୍ରଦାନ କରାଯାଇଥିଲା । ସେହିପରି ବଜାଜ ପଲସର, ଟିଭିଏସ ଜୁପିଟର ଓ ଅନ୍ଯାନ୍ଯ ଦାମୀ ଉପହାର ପାଇ ଡିଲର ମାନେ ଖୁସିବ୍ୟକ୍ତ କରିଥିଲେ । ବ୍ଯବସାୟୀ ମାନଙ୍କ ବ୍ଯବସାୟ ବଢିବା ସହ ସେମାନଙ୍କ ଆଗ୍ରହ ଓ ମନୋବଳ ସଦୃଢ କରିବା ପାଇଁ ଏକ ଛୋଟ ପ୍ରୟାସ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ । ଓଡ଼ିଶା ଭିଆନ କମ୍ପାନୀର ୨୦୨୫-୨୬ର ବାର୍ଷିକ ବ୍ଯବସାୟୀ ସମ୍ମିଳନୀରେ ଓଡିଶା କୋଷ୍ଟାଲ ବେଲ୍ଟରୁ ୧୫୦ ରୁ ଉର୍ଦ୍ଧ୍ୱ ବ୍ଯବସାୟୀ ମାନେ ଯୋଗ ଦେଇଥିଲେ ।
