ନୂଆଦିଲ୍ଲୀ: ଇସ୍ରାଏଲ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ କଥା ହେବା ପରେ ଅନେକ ବଡ଼ ବଡ଼ ଘୋଷଣା କହିଛନ୍ତି। ଏଥିରେ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଅନ୍ତିମ ରୂପ ଦେବା, ଡିଫେନ୍ସ ଡିଲ୍ ଓ ଟେକ୍ନୋଲଜି ଟ୍ରାନ୍ସଫର ଆଦି ଅନ୍ତର୍ଭୁକ୍ତ। ପିଏମ୍ ମୋଦି କହିଛନ୍ତି ଯେ, ଭାରତ ଓ ଇସ୍ରାଏଲ ମଧ୍ୟରେ ଖୁବ୍ ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତି (ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ ପ୍ରେସ୍ ବିଫ୍ରିକୁ ସମ୍ୱୋଧିତ କରି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତନ୍ୟାହୁଙ୍କୁ ତାଙ୍କର ଓ ତାଙ୍କ ଡେଲିଗେସନଙ୍କର ଖୁବ୍ ଆଡ଼ମ୍ୱରପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଦେଇଥିଲେ। ନେସେଟ୍ ମେଡଲର ସ୍ପିକରର ପୁରସ୍କାର ମିଳିବାର ଉଲ୍ଲେଖ କରି , ପିଏମ୍ ମୋଦି କହିଥିଲେ ଯେ, ସେ ଏହି ସମ୍ମାନ ୧୪୦ କୋଟି ଭାରତୀୟ ଏବଂ ଭାରତ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ବନ୍ଧୁତାକୁ ସମର୍ପିତ କରୁଛି। ସେ କହିଥିଲେ , ଆମର ସଂପର୍କ ଗଭୀର ଭରସା , ପାରସ୍ପରିକ ଡେମୋକ୍ରେଟିକ ମୂଲ୍ୟବୋଧର ଦୃଢ ମୂଳଦୁଆ ଉପରେ ତିଆରି … ଆମର ସଂପର୍କ ସମୟ ସହ ଅତୁଟ ରହିଛି । ଆଜି ଆମେ ଆମର ପାର୍ଟନରସିପ୍କୁ ସ୍ପେଶାଲ ଷ୍ଟ୍ରାଟେଜିକ ପାର୍ଟନରସିପ୍ର ମାନ୍ୟତା ଦେବାର ଏକ ଐତିହାସିକ ନିଷ୍ପତ୍ତି ନେଇଛୁ। ଏହି ନିଷ୍ପତ୍ତି ଉଭୟ ଦେଶର ଭିଜନକୁ ଦର୍ଶାଇ ଥାଏ। ଆଉ ମଧ୍ୟ ଅଭିଭାଷଣ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ,ସାରା ଦୁନିଆକୁ ବଦଳାଇବାକୁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ। ଇସ୍ରାଏଲର କୃଷି ପ୍ରଣାଳୀ ଆଜି ଆମ ଦେଶର ଗ୍ରାମାଞ୍ଚଳରେ ପହଞ୍ଚିଛି। ଇସ୍ରାଏଲ୍ର ବୈଷୟିକ କୌଶଳ ଭାରତୀୟ କୃଷକଙ୍କୁ ନୂଆ ରାସ୍ତା ଦେଖାଇବ। ୧୦୦ ସେଣ୍ଟର ଅଫ୍ ଏକ୍ସିଲେନ୍ସ ପାଇଁ ଭାରତ-ଇସ୍ରାଏଲ୍ ସହମତି ପ୍ରକାଶ କରିଛନ୍ତି। ଏହାସହ ମୋଦି କହିଛନ୍ତି କୌଣସି ପରିସ୍ଥିତିରେ ଆତଙ୍କବାଦକୁ ସ୍ୱୀକାର କରାଯାଇ ପାରିବ ନାହିଁ।ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ଜାରି ରହିଛି, ଆଗକୁ ବି ରହିବ ।ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ନେଇ ଉଦ୍ୟମ ଜାରି ରହିବ। ଦୁଇ ଦେଶ ମଧ୍ୟରେ ୧୬ ଟି ଚୁକ୍ତି, ୧୧ ଟି ଘୋଷଣାନାମା ସ୍ୱାକ୍ଷରିତ ହୋଇଛି।
