ନୀଳଗିରି ; କୁଳଡିହା ଅଭୟାରଣ୍ୟରେ ଅବୈଧଭାବରେ ବନ୍ୟଜନ୍ତୁ ଶୀକାର କାର୍ଯ୍ୟକଳାପରେ ସାମିଲ ଜଣେ ଶିକାରୀକୁ ଗିରଫକରି କୋର୍ଟଚାଲାଣ କରିଛି ବନବିଭାଗ। ସୂଚନା ଅନୁଯାୟୀ ବିଶେଷସୂତ୍ରରୁ ଖବରପାଇ ବାଲେଶ୍ୱର ଡିଏଫଓ ପ୍ରତୀକ ପ୍ରକାଶ ଇଣ୍ଡଲକରଙ୍କ ନିର୍ଦ୍ଦେଶରେ ୧୮ତାରିଖ ପୂର୍ବାହ୍ନରେ କୁଳଡିହା ଭାରାପ୍ରାପ୍ତ ଅଧିକାରୀ ସୌମ୍ୟ ମାଝୀଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ବରହମପୁର ଥାନା କେସିପୁର ପଞ୍ଚାୟତ ବେତକଟା (ନଟାପଡା) ଗ୍ରାମର ପିଥ ହେମ୍ବ୍ରମ (୫୬) ଙ୍କୁ କୁଳଡିହା ଅଭୟାରଣ୍ୟ ଭିତରେ ପଶି ଅବୈଧରେ ପଶୁଶିକାର କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଅଭିଯୋଗରେ ଗିରଫକରି କୋର୍ଟଚାଲାଣ କରିଥିବା ଜଣାଯାଇଛି।ଗୋଟିଏ ହାତତିଆରି ବନ୍ଧୁକ ବେରେଲ, ଦୁଇଟି ହରିଣ ଶିଙ୍ଗ, ୮ବଣ୍ଡଲ ତାର ଫାଶ ତା’ଘରୁ ଜବତକରି କୁଳଡିହା କାର୍ଯ୍ୟାଳୟକୁ ଅଣାଯାଇଛି।

ଏନେଇ କେସ ନଂ ୦୩କେ ୨୦୨୬/୨୭ମାମଲା ରୁଜ୍ଜୁ କରାଯାଇଥିବା ବେଳେ ଅଭିଯୁକ୍ତ ପୀଥ ହେମ୍ବ୍ରମକୁ କୋର୍ଟଚାଲାଣ କରିଛି।ପ୍ରାଥମିକ ତଦନ୍ତ ଅନୁଯାୟୀ ଅଭିଯୁକ୍ତ ପିଥ ଗୋଟାଏ କୁଟୁରା ଶିକାରରେ ସଂପୃକ୍ତ ଥିବାବେଳେ ଏସିଏଫ୍ ତଟିନୀ ସେଠୀଙ୍କୁ ତଦନ୍ତକାରୀ ଅଧିକାରୀ ନିଯୁକ୍ତି କରାଯାଇଥିବା ସୂଚନା ମିଳିଛି।
