ଭଂଜନଗର: ମାଉଜର ସହ ୪ ଜଣିଆ ଅପରାଧୀ ଗୋଷ୍ଠୀ କୁ କାବୁକଲା, ଗଂଜାମ ଜିଲ୍ଲା ଭଂଜନଗର ଥାନା ପୋଲିସ । ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ ସହ ଦୁଇ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମାଗାଜିନ୍ ଏବଂ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଗଂଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବହୁ ଅପରାଧୀକ ମାମଲାରେ ସଂପୃକ୍ତ ରହିଛନ୍ତି ।

ପୋଲିସ ପକ୍ଷରୁ କହିବା ପ୍ରକାରେ ଏହି ଅପରାଧୀ ଗୋଷ୍ଠୀ କୈ।ଣସି ଏକ ସ୍ଥାନରେ ଅପରାଧ ଘଟାଇବା ପାଇଁ ଚକ୍କର ମାରୁଥିବା ବେଳେ, ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ପରାମର୍ଶ କ୍ରମେ ଚାଲିଥିବା ପୋଲିସ୍ ପେଟ୍ରୋଲିଂ ବେଳେ, ଯାଞ୍ଚ ସମୟରେ ଏମାନେ ଧରାପଡ଼ିଥିଲେ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି , ଭଂଜନଗର ଏସଡିପିଓ ଡଃ ଦୀପକ୍ କୁମାର ମିଶ୍ର ।
