କଟକ: ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା । ପୁଣି ଦୁଇ ମାସ ବୃଦ୍ଧି ହୋଇଛି ଲକ୍ଷ୍ମୀଧର ବିଶ୍ୱାଳ କମିଶନଙ୍କ କାର୍ଯ୍ୟକାଳ । କାର୍ଯ୍ୟକାଳ ସେପ୍େଟମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆ.ର୍କେ. ଶର୍ମାଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ କମିଶନଙ୍କ ଦୁଇ ମାସ ବଢ଼ାଇଥିଲେ ସରକାର । କଟକ ଏସ୍?ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ତଦନ୍ତ ପାଇଁ ଗଠିତ ନ୍ୟାୟିକ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଦ୍ୱିତୀୟ ଥର ପାଇଁ ବୃଦ୍ଧି କରିଛନ୍ତି । ଅବସରପ୍ରାପ୍ତ ଜିଲ୍ଲା ଜଜ୍? ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଗଠିତ ଏକକ ସଦସ୍ୟ ବିଶିଷ୍ଟ କମିଶନଙ୍କୁ ରିପୋର୍ଟ ଦାଖଲ ପାଇଁ ଆଉ ଦୁଇ ମାସ ସମୟ ଦିଆଯାଇଛି । ନୂଆ ବିଜ୍ଞପ୍ତି ଅନୁଯାୟୀ, କମିଶନ ଏବେ ୧୫ ସେପ୍େଟମ୍ବର ୨୦୨୬ ସୁଦ୍ଧା ତାଙ୍କ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ । ଗୃହ (ସ୍ୱତନ୍ତ୍ର) ବିଭାଗର ସ୍ୱତନ୍ତ୍ର ସଚିବ ଆ.ର୍ କେ. ଶର୍ମାଙ୍କ ପକ୍ଷରୁ ଜାରି ହୋଇଥିବା ନୂତନ ବିଜ୍ଞପ୍ତିରେ କୁହାଯାଇଛି, “କମିଶନଙ୍କ ତଦନ୍ତ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ପୂର୍ବରୁ ତଦନ୍ତ ସମାପ୍ତି ପାଇଁ ୧୫ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ତଦନ୍ତ ଚାଲିଥିବାରୁ ସରକାର କମିଶନଙ୍କ କାର୍ଯ୍ୟକାଳକୁ ଆହୁରି ଦୁଇ ମାସ ବୃଦ୍ଧି କରିଛନ୍ତି । ଏଥିପାଇଁ ୧୫ ଜୁଲାଇ ପରିବର୍ତ୍ତେ ୧୫ ସେପ୍େଟମ୍ବର ୨୦୨୬ ପର୍ଯ୍ୟନ୍ତ ରିପୋର୍ଟ ଦାଖଲର ସମୟ ସୀମା ନିର୍ଦ୍ଧାରଣ କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୧୬ ମାର୍ଚ୍ଚ ତାରିଖରେ ଏସ୍?ସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ଆଇସିୟୁରେ ଚିକିତ୍ସାଧୀନ ରୋଗୀମାନଙ୍କ ମଧ୍ୟରୁ ୧୦ ରୁ ଉର୍ଦ୍ଧ୍ୱଙ୍କ ପ୍ରାଣହାନି ଘଟିଥିଲା । ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅଗ୍ନିକାଣ୍ଡର କାରଣ, ସୁରକ୍ଷା ବ୍ୟବସ୍ଥାର ତ୍ରୁଟି, ହସ୍ପିଟାଲ ପରିଚାଳନାର ଦାୟିତ୍ୱ ଏବଂ ଏଭଳି ଦୁର୍ଘଟଣା ପଛରେ ଥିବା ସମସ୍ତ ପରିସ୍ଥିତିର ତଦନ୍ତ ପାଇଁ ରାଜ୍ୟ ସରକାର ସେହିଦିନ ଅବସରପ୍ରାପ୍ତ ଜିଲ୍ଲା ଜଜ୍? ଲକ୍ଷ୍ମୀଧର ବିଶ୍ୱାଳଙ୍କୁ ନେଇ ନ୍ୟାୟିକ କମିଶନ ଗଠନ କରିଥିଲେ । ପ୍ରାରମ୍ଭିକ ବିଜ୍ଞପ୍ତି ଅନୁସାରେ କମିଶନକୁ ୬୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା । ପରେ ତଦନ୍ତ ସମ୍ପୂର୍ଣ୍ଣ ହୋଇନଥିବାରୁ ମେ’ ମାସରେ କାର୍ଯ୍ୟକାଳକୁ ୧୫ ଜୁଲାଇ ପର୍ଯ୍ୟନ୍ତ ବଢ଼ାଯାଇଥିଲା । ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ଏହାକୁ ୧୫ ସେପ୍େଟମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କମିଶନଙ୍କ ଚୂଡ଼ାନ୍ତ ରିପୋର୍ଟରେ ଅଗ୍ନିକାଣ୍ଡର ପ୍ରକୃତ କାରଣ, କାହାର ଅବହେଳା କିମ୍ବା ତ୍ରୁଟି ଏଥିପାଇଁ ଦାୟୀ, ଭବିଷ୍ୟତରେ ସରକାରୀ ହସ୍ପିଟାଲଗୁଡ଼ିକରେ ଏପରି ଦୁର୍ଘଟଣାକୁ କିପରି ଏଡ଼ାଯାଇପାରିବ । ସୁରକ୍ଷା ବ୍ୟବସ୍ଥାରେ କେଉଁ ପରିବର୍ତ୍ତନ ଆବଶ୍ୟକ, ସେସବୁ ସମ୍ପର୍କରେ ସୁପାରିସ ରହିବ ବୋଲି ଆଶା କରାଯାଉଛି ।
