ବାରିପଦା: ମୟୁରଭଞ୍ଜ ଜିଲ୍ଲା,ମୋରଡା ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଜଣେ ବ୍ୟକ୍ତିଙ୍କ ଘର ପିଣ୍ଡାରୁ ଏକ ମୋଟରସାଇକେଲ ଚୋରି ହୋଇଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ, ଘର ମାଲିକ ମାନସ ବେହେରା ନିଜ ଜ୍ୱାଇଁ ର ନାଲି ରଙ୍ଗର ବୁଲେଟ ପ୍ରତିଦିନ ଭଳି ନିଜ ବାଇକକୁ ଘର ପିଣ୍ଡାରେ ରଖିଥିଲେ। ପରଦିନ ସକାଳେ ଉଠି ଦେଖିବା ବେଳେ ବାଇକଟି ସେଠାରେ ନଥିବାରୁ ସେ ଚକିତ ହୋଇଥିଲେ। ପରିବାର ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ବାଇକର କୌଣସି ସନ୍ଧାନ ମିଳିନଥିଲା। ଘଟଣାଟି ମୋରଡା ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଘଟିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଚୋରମାନଙ୍କ ଏଭଳି ସାହସିକ କାଣ୍ଡକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପୂର୍ବରୁ ମୋରଡା ଥାନା ଠାରୁ ଅଳ୍ପ ଦୂର ରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ପ୍ରକାରର ଚୋରି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଚୋର ଧରାନପଡିବା ଏବଂ ବର୍ତ୍ତମାନ ସମୟରେ ପୁଣି ଚୋରି ହେବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବାଇକ ତଥା ବୁଲେଟ ନମ୍ବର ଙଊ ୧୧ଇଉ ୫୩୪୯ ଥିବା ଅଭିଯୋଗ ପତ୍ର ରେ ରହିଛି । ମାଲିକ ମାନସ ବେହେରା ମୋରଡା ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡ଼ିଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଚୋରଙ୍କୁ ଚିହ୍ନଟ କରିବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।
