ନୂଆଦିଲ୍ଲୀ : କଥାରେ ଅଛି ପାଖରେ ଥିବା ଜିନିଷର ଗୁରୁତ୍ୱ ସେବେ ଅନୁଭବ ହୁଏ ଯେବେ ଚାରିଆଡ ଅନ୍ଧାର ହୋଇଯାଏ । ଛତାର ଦରକାର ସେବେ ପଡ଼େ ଯେବେ ବର୍ଷା ପାଣିକୁ ନିୟନ୍ତ୍ରଣ ବାହାରେ ଥାଏ । ଗତ ବିଶ୍ୱକପ ଜିତିବା ପରେ ଯିଏ ଅବସର ନେଇଗଲେ ଆଜି ୧୪୦ କୋଟି ଭାରତୀୟ ତାଙ୍କୁ ମନେ ପକାଉଛନ୍ତି । ହିଟମ୍ୟାନ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଗୁରୁତ୍ୱ ଏବେ ଜାଣାପଡୁଛି । ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ସୁପର ୮ରେ ଭାରତ ଦ.ଆଫ୍ରିକାଠୁ ହାରିବା ପରେ ଏବେ ସୋସିଆଲ ମିଡିଆରେ ରୋହିତ ଓ କୋହଲି ଟ୍ରେଣ୍ଡ କରୁଛନ୍ତି । ଚେଜ୍ମାଷ୍ଟର ବିରାଟ କୋହଲିଙ୍କ ଚମତ୍କାର ଇନିଂସ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ମନେ ପକାଉଛନ୍ତି ଫ୍ୟାନ୍ସ । ଲକ୍ଷ୍ୟ ପିଛା କରିବା କାହିଁକି କଷ୍ଟକର? ଚଳିତ ବିଶ୍ୱକପରେ, ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ୪ଟି ମ୍ୟାଚ୍ ଜିତିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୮୮ ରନର ଲକ୍ଷ୍ୟ ପିଛା କରି ଦଳ ୧୯ ଓଭର ପୂର୍ବରୁ ୧୧୧ ରନରେ ଅଲଆଉଟ୍ ହୋଇଯାଇଥିଲା । ପୂର୍ବତନ ପାକିସ୍ତାନୀ ପେସର ମହମ୍ମଦ ଆମିର ଏକ ପାକିସ୍ତାନୀ ଟିଭି ଶୋ ରେ କହିଥିଲେ, “ବିଶ୍ୱକପରେ ପ୍ରଥମ ଥର ପାଇଁ, ଲକ୍ଷ୍ୟ ପିଛା କରିବା ସମୟରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ପ୍ରଭାବିତ ହୋଇଛି । ଲୋକମାନେ ଭୁଲି ଯାଉଛନ୍ତି ଯେ, ବିଶ୍ୱ ଚାମ୍ପିଅନ୍ ଦଳରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଥିଲେ, ଯେଉଁମାନେ ପରିସ୍ଥିତି ସହିତ ମ୍ୟାଚ୍ କୁ ଖାପ ଖୁଆଇ ପାରିବେ । ଲକ୍ଷ୍ୟ ପିଛା କରିବା ସମୟରେ ସମସ୍ତ ଟି୨୦ ବିଶ୍ୱକପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ରେକର୍ଡ ୧୨-୨ ଥିବା ବେଳେ, ଏହା ମଧ୍ୟ ସତ୍ୟ ଯେ ଭାରତୀୟ ଦଳ ଏପର୍ଯ୍ୟନ୍ତ କେବଳ ୩ ଥର ୧୬୦+ ଲକ୍ଷ୍ୟ ପିଛା କରିବାରେ ସଫଳ ହୋଇଛି । ଏହି ୩ ଥର ବିରାଟ କୋହଲି ଟିମ୍ ଇଣ୍ଡିଆର ବିଜୟର ହିରୋ ପ୍ରମାଣିତ ହୋଇଥିଲେ । ଟି-୨୦ ବିଶ୍ୱକପରେ ଟାର୍ଗେଟ ପିଛା କରି କୋହଲିଙ୍କ ବିରାଟ ପାଳି -୭୨ (୪୪) ବନାମ ଦକ୍ଷିଣ ଆଫ୍ରିକା ୧୭୨/୪; ଭାରତ ୧୭୬/୪ ଢାକା, ୨୦୧୪୮୨ (୫୧) ବନାମ ଅଷ୍ଟ୍ରେଲିଆ ୧୬୦/୬; ଭାରତ ୧୬୧୪ ମୋହାଲି, ୨୦୧୬୮୨ (୫୩) ବନାମ ପାକିସ୍ତାନ ୧୫୯/୮; ଭାରତ ୧୬୦/୬ ମେଲବୋର୍ଣ୍ଣ, ୨୦୨୨୩ ଥର, ବିରାଟ କୋହଲିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ଏପରିକି ପାକିସ୍ତାନୀ ପ୍ରଶଂସକମାନେ ନିଜ ପରାଜୟ ଅପେକ୍ଷା ବିରାଟଙ୍କ ମହାନ ଇନିଂସକୁ ଅଧିକ ପ୍ରଶଂସା କରଥିବା ଦେଖିବାକୁ ମିଲିଥିଲା । ‘ରୋକୋଙ୍କ ପାଇଁ ଭଲ ରେକର୍ଡ’- ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ ଏକ ଟିଭି ଚ୍ୟାନେଲରେ କହିଛନ୍ତି,ଲଗାତାର ୧୨ ବିଜୟର ରେକର୍ଡ ଏହି ଦଳର ନୁହେଁ । ସେତେବେଳେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ନଥିଲେ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ବିରାଟ କୋହଲିଙ୍କ ମ୍ୟାଚ୍ ବିଜୟୀ ଇନିଂସ ଦଳକୁ ଏହି ସ୍ଥାନରେ ପହଞ୍ଚାଇଥିଲା । ତେଣୁ, ଲଗାତାର ୧୨ ବିଜୟର ରେକର୍ଡକୁ ଏହି ଦଳ ସହିତ ଯୋଡିହେବ ନାହିଁ । ବିଶ୍ୱକପରେ ବିରାଟରୋହିତ ନମ୍ବର ୧ ଏବଂ ନମ୍ବର ୨- ଟି୨୦ ବିଶ୍ୱକପରେ ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ ବିରାଟ କୋହଲିଙ୍କ ନାମରେ ଅଛି । ତାଙ୍କ ପରେ ରୋହିତ ଶର୍ମା ଅଛନ୍ତି । ୩୫ଟି-୨୦ ବିଶ୍ୱକପ ମ୍ୟାଚରେ ବିରାଟ କୋହଲି ସର୍ବାଧିକ ରନ (୧୨୯୨ ରନ) (ହାରାହାରି ୫୯, ଷ୍ଟ୍ରାଇକରେଟ୍ ୧୨୯) କରିଛନ୍ତି । ରୋହିତ ଶର୍ମା ୪୭ ମ୍ୟାଚରେ ୧୨୨୦ ରନ (ହାରାହାରି ୩୫, ଷ୍ଟ୍ରାଇକରେଟ୍ ୧୩୩) ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୨୦୨୪ ବିଶ୍ୱକପର ଜିତିବା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ମସିହାରେ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସଂଯୋଗବଶତଃ, ରବିନ୍ଦ୍ର ଜାଡେଜା ମଧ୍ୟ ସେହି ଦିନ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଗତ ୯ଟି ବିଶ୍ୱକପରେ ଭାରତ ୫୭ଟି ମ୍ୟାଚ୍ ଖେଳିଛି, ଯେଉଁଥିରେ ୩୯ଟିରେ ବିଜୟୀ ହୋଇଛି ଏବଂ ୧୬ଟିରେ ପରାଜିତ ହୋଇଛି । ଗୋଟିଏ ମ୍ୟାଚ୍ ଡ୍ର ହୋଇଛି ।
