ବାରିପଦା; ମୟୂରଭଞ୍ଜ ଜିଲ୍ଲା,ରାସଗୋବିନ୍ଦପୁର ରେଞ୍ଜ, ରାସଗୋବିନ୍ଦପୁର ବ୍ଲକରେ ହାତୀ ଉପଦ୍ରବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ବାହାରିଥିବା ହାତୀପଲ ଗାଁ ଭିତରକୁ ପଶି ଏକାଧିକ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷତି ଘଟାଇଛନ୍ତି। ହାତୀପଲ ଗୋଟିଏ ଦିନ ପୂର୍ବରୁ ତିନୋଟି ଘର ଭାଙ୍ଗିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଣି ଦୁଇଟି ଘର ଭାଙ୍ଗିଛନ୍ତି । ମୂଷାମାରି ଗ୍ରାମ ର ସୂର୍ଯ୍ୟ ଟୁଡୁ ଓ ଚାନ୍ଦ୍ରାୟ ମୁର୍ମୁ ଙ୍କ ଘର ଭାଙ୍ଗିଛନ୍ତି ହାତୀପଲ । ସୂର୍ଯ୍ୟ ଙ୍କ ସିମେଣ୍ଟ ଇଟା ଘର କୁ ଭାଙ୍ଗି ନଷ୍ଟ କରିଛି । ଗୋଟିଏ ପଟେ ଏବେ ଲଘୁଚାପ ଜନିତ ବର୍ଷା ହେଉଥିବା ବେଳେ ଅନ୍ୟ ପଟେ ଚାଷ ସମୟ । ଏହି ସମୟରେ ଘର ନଷ୍ଟ ହେବାରୁ ଗରିବ ଆଦିବାସୀ ଲୋକେ ଭାଙ୍ଗି ପଡିଛନ୍ତି ।

ହାତୀ ଉପଦ୍ରବ ଯୋଗୁଁ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ରାତି ଅନିଦ୍ରା ହୋଇ କଟାଉଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀପଲକୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖି ବିଫଳ ହୋଇଥିବା ର ଜଣାପଡିଛି । ପ୍ରଭାବିତ ପରିବାର ମାନଙ୍କୁ ତୁରନ୍ତ କ୍ଷତିପୂରଣ ଏବଂ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବି ହେଉଛି ।
