ଭଂଜନଗର: କୁଲାଡ ରଥଯାତ୍ରା ଦେଖିବାକୁ ଯାଇଥିଲେ ନିକଟସ୍ଥ କୃଷ୍ଣପଲ୍ଲୀ ଗ୍ରାମର ବାପୁନା ନାୟକ (୩୨) । ଗୁରୁବାର ସନ୍ଧ୍ୟା ରୁ ସେ ଘରକୁ ଫେରି ନାହାନ୍ତି । ଶୁକ୍ରବାର ଦିନ ହଠାତ୍ ଦେଖିବାକୁ ମିଳିଲା, ଧନଞ୍ଜୟପୁର ନିକଟରେ ଯାଇଥିବା ବଡନଦୀ ପଠାରେ ତାଙ୍କର ପୋଷାକ ଏବଂ ଚପଲ ରହିଛି । ଏନେଇ ପରିବାର ଲୋକଙ୍କ ସନ୍ଦେହ ହେବାରୁ ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ସେହିଭଳି ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ନଦୀ ଭିତରେ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ । ନଦୀ ପାଣିରୁ ତାଙ୍କର ସାଇକେଲ ଟି ଉଧାର ହୋଇଥିଲା । ଏହାପରେ ସନ୍ଦେହ ଆହୁରି ବଢ଼ିଯାଇଛି । ହୁଏତ ସେ ରାତିରେ ନଦୀ ପାର ହେବା ସମୟରେ ଭାସିଯାଇଥିବା ଅନୁମାନ କରାଯାଉଛି । ତଥାପି ତାଙ୍କ ନିଖୋଜ ବିଷୟରେ ସ୍ପଷ୍ଟ ହୋଇନାହିଁ । ଶନିବାର ଦିନ ପୁଣି ଅଗ୍ନିଶମ ବାହିନୀ ନଦୀରେ ଖୋଜାଖୋଜି କରିବେ ବୋଲି ଜଣାପଡ଼ିଛି ।
