ପୁରୀ :ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ପୁରୀ ସୀମାଭୂକ୍ତ ଅଞ୍ଚଳ ବାଲିଉପର ବସ୍ତିରେ ସୋମବାର ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସିଟି ଡିଏସପି ରଶ୍ମି ରଞ୍ଜନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବୈଠକରେ ସ୍ଥାନୀୟ ଅଞ୍ଚଳବାସୀ, ସମ୍ମାନୀୟ ବ୍ୟକ୍ତିବର୍ଗ, ଯୁବସଂଘ ସଦସ୍ୟମାନେ ଓ କୁମ୍ଭାରପଡା ଥାନା ଅଧିକାରୀ ବିଜୟ କେତନ ବେହେରା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଲୋଚନାରେ ଅଞ୍ଚଳର ଆଇନ-ଶୃଙ୍ଖଳା ପରିସ୍ଥିତି, ନିଶା ଉପରେ ନିୟନ୍ତ୍ରଣ, ଟ୍ରାଫିକ ସୁବିଧା, ସାଇବର ଠକେଇ ସଚେତନତା ଓ ସମାଜିକ ସୁରକ୍ଷା ବିଷୟରେ ବିସ୍ତୃତ ମତବିନିମୟ ହୋଇଥିଲା । ସିଟି ଡିଏସପି ଶ୍ରୀମହାପାତ୍ର କହିଲେ ଜନସାଧାରଣ ମାନେ ପୋଲିସ ସହିତ ସମନ୍ୱୟ ରଖି ଅଞ୍ଚଳରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ, କୌଣସି ଅବୈଧ କାର୍ଯ୍ୟକଳାପ ସମ୍ପର୍କରେ ଜାଣିଲେ ପୋଲିସକୁ ଅବଗତ କରାଇବା ଆବଶ୍ୟକ ରହିଛି । ବସ୍ତିରେ ବସ୍ତିମିତ୍ର ଗଠନ କରିବା, ଗଳି କନ୍ଦିରେ ମୋଟର ସାଇକେଲ ପେଟ୍ରୋଲିଙ୍ଗ କରିବା ପାଇଁ ଆଲୋଚନା ହୋଇଥିଲା । ସ୍ଥାନୀୟ ଲୋକମାନେ ମଧ୍ୟ ନିଜ ଅଞ୍ଚଳର ସମସ୍ୟା ଓ ପ୍ରସ୍ତାବଗୁଡିକ ପୋଲିସ ପ୍ରଶାସନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ପୋଲିସ ପକ୍ଷରୁ ସମସ୍ୟା ଗୁଡିକର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନା ଦିଆଯାଇଥିଲା ।ଏହି ବୈଠକ ମାଧ୍ୟମରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଆପସିକ ବିଶ୍ୱାସ ଓ ସମ୍ପର୍କ ଆହୁରି ସୁଦୃଢ଼ ହୋଇଥିବା ପ୍ରକାଶ ପାଇଛି । ଆମ ପୋଲିସର ଉଦେଶ୍ୟ ଓ ସଫଳତା ବିଷୟରେ ଲୋକମାନଙ୍କୁ ଜଣାଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଯାଇଥିଲା ।
