କୋଲକାତା: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମସି)ର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟ ଆଉ ନାହାନ୍ତି। କୋଲକାତାର ସଲ୍ଟ ଲେକ୍ ଆପୋଲୋ ହସ୍ପିଟାଲରେ ସୋମବାର ଭୋର ସମୟରେ ତାଙ୍କର ପରଲୋକ ହୋଇଥିବା ପୁଅ ଶୁଭ୍ରାଂଶୁ ରାୟ ସୂଚନା ଦେଇଛନ୍ତି। ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସେ ପାର୍କିନ୍ସନସ୍ ରୋଗ ସମେତ ବହୁ ରୋଗରେ ପୀଡିତ ଥିଲେ ଏବଂ ତାଙ୍କର ତିନୋଟି ଅସ୍ତ୍ରୋପଚାର କରାଯାଇଥିଲା । ତାଙ୍କୁ ଦୁଇ ବର୍ଷରୁ ଅଧିକ ସମୟ ଧରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ କୋମାରେ ଥିଲେ, ଶୁଭ୍ରାଂଶୁ କହିଛନ୍ତି। ମନମୋହନ ସିଂହଙ୍କ ନେତୃତ୍ୱରେ ଦ୍ୱିତୀୟ ୟୁପିଏ ସରକାର ସମୟରେ ରୟ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ପରେ ରେଳ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ମୋଦି କହିଛନ୍ତି ଯେ, ତାଙ୍କ ରାଜନୈତିକ ଅଭିଜ୍ଞତା ଏବଂ ସମାଜ ସେବା ପାଇଁ ସେ ମନେ ରହିବେ। ଭାରତୀୟ ଜନତା ପାର୍ଟି ନେତା ଦିଲୀପ ଘୋଷ ତାଙ୍କୁ ଜଣେ ଅଭିଜ୍ଞ ରାଜନେତା ଭାବରେ ବର୍ଣ୍ଣନା କରିିଛନ୍ତି। ସେହିପରି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଶ୍ରୀ ରାୟଙ୍କ ମୃତ୍ୟୁରେ ଗଭୀର ମର୍ମାହତ ବୋଲି ପ୍ରକାଶ କରିଛନ୍ତି।
