ପାରାଦୀପ: ପାରାଦୀପ ବଡ଼ପଡ଼ିଆ ଅସ୍ଥାୟୀ ପରିବା ମାର୍କେଟରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଷାଠିଏ ରୁ ଉର୍ଦ୍ଧ ଦୋକାନ ଘର ସମେତ ସମସ୍ତ ପନିପରିବା ଓ ଆସବାପତ୍ର ପୋଡି ଭସ୍ମ ହୋଇଯାଇଛି ପାଖାପାଖି ତିନିକୋଟି ଟଙ୍କା ରୁ ଅଧିକ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି ବିଳମ୍ବିତ ରାତ୍ରି ପାଖାପାଖି ଦୁଇଟା ସମୟରେ ଏକ ଦୋକାନ ରେ ଲାଗିଥିବା ନିଆଁ ଚାହୁଁଚାହୁଁ ସମଗ୍ର ପରିବା ମାର୍କେଟକୁ ଗ୍ରାସି ଯାଇଥିଲା ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କେହି କିଛି ଭାବିବା ଆଗରୁ ସମଗ୍ର ପରିବା ମାର୍କେଟ ନିଆଁ ର ବଳୟ ଭିତରେ ରହିଯାଇଥିଲା ପରିବା, ଟଙ୍କା, ଓଜନକଣ୍ଟା, ସାଇକେଲ, ବାଇକ, ବିଭିନ୍ନ ଆସବାବପତ୍ର ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଛି କ୍ଷ ଖବର ପାଇବା ପରେ କୁଜଙ୍ଗ ଅଗ୍ନିଶମ ବିଭାଗ ସହିତ ପାରାଦୀପ ବନ୍ଦର,ପିପିଏଲ, ଇଫକୋ ସହିତ ଅନ୍ୟାନ୍ୟ ଶିଳ୍ପସଂସ୍ଥା ର ପାଞ୍ଚ ରୁ ଉର୍ଦ୍ଧ ଦମକଳ ଗାଡି ଘଣ୍ଟାଘଣ୍ଟା ଧରି ଦୀର୍ଘ ସମୟର ଚେଷ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା କ୍ଷ ପାରାଦୀପ ତଥା ବିଭିନ୍ନ ଶିଳ୍ପ ସଂସ୍ଥାର ବାସୀନ୍ଦାଙ୍କ ପରିବାର ଚାହିଦା ମେଣ୍ଟାଉଥିବା ଏହି ସର୍ବବୃହତ ପରିବା ମାର୍କେଟରେ ରହିଥିବା ଅସ୍ଥାୟୀ ପିଣ୍ଡି ଗୁଡିକ ବାଉଁଶ ଓ ପାଲରେ ତିଆରି ହୋଇଥିବା ରୁ ନିଆଁ ଲାଗିବା ପରେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡିଥିଲା ବୋଲି ବଣିକ ସଙ୍ଘର ସଦସ୍ୟ ମାନେ କହିଛନ୍ତି ରାତି ଦୁଇଟାରେ ସମସ୍ତ ପରିବା ବ୍ୟବସାୟୀ ଶୋଇଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବାରୁ କେହି କିଛି ବୁଝିବା ପୂର୍ବରୁ ନିଆଁ ସମ୍ପୂର୍ଣ୍ଣ ପରିବା ମାର୍କେଟ କୁ ଗ୍ରାସ କରିଥିବା ନେଇ ବ୍ୟବସାୟୀ ମାନେ କହିଛନ୍ତି ଅଗ୍ନିକାଣ୍ଡ ଏଭଳି ଭୟଙ୍କର ରହିଥିଲା ଯେ ବ୍ୟବସାୟୀ ମାନେ ସେମାନଙ୍କ ଟଙ୍କା କୁ କାଢ଼ିବା ସମ୍ଭବ ହୋଇ ପାରିନାହିଁ, ଯାହା ଫଳରେ କୋଟି କୋଟି ଟଙ୍କାର କ୍ଷୟକ୍ଷତି ଘଟି ଯାଇଥିବା ନେଇ ଦୁଃଖ ର ସହିତ କହିଛନ୍ତି କିଛି ବ୍ୟବସାୟୀ ପୂର୍ବରୁ କିଛିମାସ ତଳେ ଏହିଭଳି ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୨ ରୁ ୩ ଟି ଦୋକାନ କ୍ଷତି ହୋଇଥିଲା ହେଲେ ଏଥର ଦୁର୍ଘଟଣା ସମଗ୍ର ବ୍ୟବସାୟୀ ଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଜଣା ପଡିନଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ କୁଜଙ୍ଗ ଅଗ୍ନିଶମ ବିଭାଗ ର ଅଧିକାରୀ କାର୍ତ୍ତିକେଶ୍ୱର ବିଶ୍ୱାଳ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ,ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ସ୍ଥାନୀୟ କାଉନସିଲର ଙ୍କ ସମେତ ବନ୍ଦର ଅଧ୍ୟକ୍ଷ ଏହି ହୃଦୟ ବିଦାରକ ଘଟଣାକୁ ଅନୁସନ୍ଧାନ କରିବାସହ ସହଯୋଗ ର ହାତ ବଢ଼ାଇବେ ବୋଲି ପ୍ରତିଶୃତି ଦେଇଛନ୍ତି `
