ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରେଲର ପୋଲିସ ପିସିଆର ଗାଡ଼ି(ବୋଲେରୋ)କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୫ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ପୋଲିସ ଗୁରୁତର ଆହତ ହୋଇଛନ୍ତି। ସୋମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ମୃତକମାନେ ହେଲେ କନଷ୍ଟେବଳ କାଶୀରାମ ଭୋଇ, ଦେବଦତ୍ତ ସା, ଡ୍ରିଲ ସବ୍ ଇନ୍ସପେକ୍ଟର ନିରଞ୍ଜନ କୁଜୁର, ହାବିଲଦାର ଲିଙ୍ଗରାଜ ଧୂରୁଆ ଓ ହୋମଗାର୍ଡ ଭକ୍ତବନ୍ଧୁ ମିର୍ଦ୍ଧା। ପୋଲିସ ଟ୍ରେଲର ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛି।
