କଟକ: ଅଲ୍ ଓଡିଶା ଚେସ୍ ଅସୋସିଏସନର କାର୍ଯ୍ୟକାରିଣୀ ସମିତି ବୈଠକ କଟକର ବାରବାଟୀ ଚେସ୍ ହଲ୍ରେ ଅନୁଷ୍ଠିତ ହୋଇଥିଲା। ଗତ ଇସି ବୈଠକରେ ଡିସେମ୍ବର ୨୪ ତାରିଖରେ ଗୃହୀତ ପ୍ରସ୍ତାବକୁ ନିଶ୍ଚିତ କରାଯାଇଥିଲା। ୨୦୨୪–୨୫ ଆର୍ଥିକ ବର୍ଷର ଅଡିଟ ଓ ହିସାବ ପାଇଁ ଅହେତୁକ ବିଳମ୍ବ ହେଉଥିବା ବିଷୟରେ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇ, ଏହି କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ଏଓସିଏର ସଭାପତିଙ୍କ ଦ୍ୱାରା ସଂଘର ବ୍ୟାଙ୍କ ଖାତାକୁ ଫ୍ରିଜ୍ କରାଯାଇଥିବାରୁ ବୈଠକରେ ଦୃଢ ନିନ୍ଦା କରାଯାଇ, ତାହାକୁ ଶୀଘ୍ର ଅନଫ୍ରିଜ୍ କରିବା ପାଇଁ ଦାବି କରାଯାଇଥିଲା। ସଭାପତି ଓ ଉପ-ସଭାପତିଙ୍କ ଦ୍ୱାରା ଏଓସିଏ ବୈଠକଗୁଡ଼ିକରେ ବାରମ୍ବାର ଅନୁପସ୍ଥିତ ରହିବାକୁ ମଧ୍ୟ ବୈଠକରେ ଦୃଢ ନିନ୍ଦା କରାଯାଇଥିଲା। ଆସନ୍ତା ୨୪ ତାରିଖରେ ଏଓସିଏ ସଭାପତିଙ୍କ ଡାକରେ ଆୟୋଜିତ ବୈଠକରେ ସମସ୍ତ ସଦସ୍ୟ ଯୋଗଦେବାକୁ ସମ୍ମତି ଜଣାଇଥିଲେ, ଯଦି ଏହି ବୈଠକ ବାରବାଟୀ ଚେସ୍ ହଲ୍ କଟକରେ ଅନୁଷ୍ଠିତ ହେବ ଓ ଏଓସିଏର ବ୍ୟାଙ୍କ ଖାତା ଅନଫ୍ରିଜ୍ କରାଯିବ। ଏହାସହ ଚେସ୍ ଅଭିଭାବକମାନେ ମଧ୍ୟ ବୈଠକରେ ଯୋଗଦେଇପାରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଆସନ୍ତା ମାର୍ଚ୍ଚ ୧ ତାରିଖରେ ଏଓସିଏର ଆପାତକାଳୀନ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିପାଇଁ ଶୀଘ୍ର ଅଧିସୂଚନା ଜାରି କରାଯିବ।୨୦୨୫–୨୬ ଆର୍ଥିକବର୍ଷର ଅଡିଟ ଆସନ୍ତା ଏପ୍ରିଲ୍ ମାସରେ ସମ୍ପନ୍ନ କରାଯିବ ବୋଲି ସମ୍ପାଦକ ସଭାରେ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ବୈଠକ ଶେଷ କରାଯାଇଥିଲା।
