ପୁରୀ: ଅମାନିଆ ଇସ୍କନ ସଂସ୍ଥା ବର୍ତମାନ ଔଦ୍ଧତ୍ୟ ର ସୀମା ଟପି ଯାଇଛି । ଅଦିନିଆ ରଥଯାତ୍ରା ବନ୍ଦ କରିବ ନାହିଁ ଓ ଏବାବଦରେ କାହା କଥା ଶୁଣିବ ନାହିଁ ବୋଲି ଘୋଷଣା କରିଛି । ଆଜି ଅପରାହ୍ନ ପାଞ୍ଚ ଘଟିକା ସମୟରେ ପୁରୀର ଶ୍ରୀକ୍ଷେତ୍ର ମଠ ମନ୍ଦିରାଧିଶ ସଂଘ ର ବରିଷ୍ଠ ସନ୍ଥ ବୃନ୍ଦ , ଉତ୍କଳ ବିଦ୍ୱତ୍ ପରିଷଦ ର ସଦସ୍ୟଗଣ ଓ ପୁରୀର ଜଗନ୍ନାଥପ୍ରେମୀ ଜନସାଧାରଣ ଏକତ୍ରିତ ହୋଇ ମାର୍କେଟ ଛକ ଜଗନ୍ନାଥ ବଲ୍ଲଭମଠ ଠାରୁ ଏକ ନିରବ ପ୍ରତିବାଦ ଯାତ୍ରା ଆରମ୍ଭ କରି ସିଂହ ଦ୍ୱାର ପାଖରେ ପହଞ୍ଚିଥିଲା । ସମସ୍ତଙ୍କ ହାତରେ ପ୍ଲା କାର୍ଡ ଓ ମୁହଁରେ ଇସ୍କନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିର ସ୍ଲୋଗାନ ।ତୁରନ୍ତ ଭାରତ ସରକାର ହସ୍ତକ୍ଷେପ କରି ଇସ୍କନ ର ପରମ୍ପରା ବିରୋଧୀ କାର୍ଯ୍ୟକୁ ବନ୍ଦ କରନ୍ତୁ ବୋଲି ଦାବି ଜୋର ଧରିଥିଲା ।ଏହି ପ୍ରତିବାଦ ପଦଯାତ୍ରାରେ ମହନ୍ତ ରାମଚରଣ ଦାସ , ମହନ୍ତ ଡ଼ଃ ବିଜୟ ରାମାନୁଜ ଦାସ ,ମହନ୍ତ ସୁଭାନନ୍ଦ ଗିରି , ମହନ୍ତ ଦିବ୍ୟାନନ୍ଦ ଦାସ , ମହନ୍ତ ସୁଖରାମ ଦାସ , ଉତ୍କଳ ବିଦ୍ୱତ୍ ପରିଷଦର ସଭାପତି ମନୋଜ ରଥ , ବିଜୟ କୃଷ୍ଣ ବ୍ରହ୍ମା , ସମାଜସେବୀ ବଦ୍ରି ମିଶ୍ର , ଯୁବ ସଂଗଠକ ରାଜେଶ ମହାନ୍ତି , ମଧୁସୂଦନ ମିଶ୍ର , ରାଜା ମହାନ୍ତି ,ଦେବାନନ୍ଦ ମିଶ୍ର , ରାଜେଶ ସାହୁ , ଡ଼ଃ ଶଶିକାନ୍ତ ରଥ , ସୀସେନ ପ୍ରତିହାରୀ , ପ୍ରଦୀପ ସ୍ୱାଇଁ ପ୍ରମୁଖ ଅଗ୍ରଣୀ ଭୂମିକା ନେଇଥିଲେ ।
