ପୁରୀ: ମହାପ୍ରଭୁ ସୁସ୍ଥ ହେବେ ପରେ ବିଦ୍ଯାପତି ବଂଶଜ ଭାବେ ଶୁଦ୍ଧ ସୁଆର ମାନେ ଆଜି ମହାପ୍ରଭୁଙ୍କୁ ଖଳି ଲାଗି ସେବା ନୀତି ପାଇଁ(ପ୍ରଲେପ)କୁ ରୂପା ପିଙ୍ଗଳରେ ରଖି ଦଇତାପତି ସେବକ ମାନେ ଶ୍ରୀଅଙ୍ଗରେ ଲାଗି କରିଥିଲେ । ଶୁଦ୍ଧ ସୁଆର ମାନେ ନିଜ ବାସଭବନରେ ଶୁଦ୍ଧତା ଭାବେ ପ୍ରସ୍ତୁତ କରିଥିଲେ । ଶ୍ରୀମନ୍ଦିରରୁ ଘଣ୍ଟ ଛତା ସହ ଡାକରା ଯିବା ପରେ ଶୁଦ୍ଧ ସୁଆରଙ୍କ ବାସଭବନରୁ ଖଳି ଧରି ପଟୁଆରରେ ଶ୍ରୀମନ୍ଦିର ଆସିଥିଲେ ।

ଦଇତାପତି ମାନେ ଶ୍ରୀବିଗ୍ରହଙ୍କୁ ଗୁପ୍ତ ସେବା ଭାବେ ଖଳି ଲାଗି କରିଥିଲେ । ସଂଧ୍ଯା ସମୟରେ ଖଳି ବିଜେ ହୋଇଥିଲା । ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ ।
