ବ୍ରହ୍ମପୁର: ବ୍ରହ୍ମପୁର ଚିକିଟି ଅତିରିକ୍ତ ତହସିଲଦାରଙ୍କ ଯାତନାରେ ବିଷ ପାନ କରିଥିବା ପିଇଓଙ୍କ ଏମ କେ ସି ଜି ହସ୍ପିଟାଲ ରେ ଦେହାନ୍ତ।ସର୍ବସାଧାରଣରେ ଗାଳିଗୁଲଜ ସହ ମିଥ୍ୟା ଆରୋପରେ ଜଡିତ କରିବା ସହ ମାନସିକ ଭାରାକ୍ରାନ୍ତ କରାଇ ଜୀବନ ହାରିବା ପାଇଁ ଏକପ୍ରକାର ବାଧ୍ୟ କରିଥିଲେ ଅତିରିକ୍ତ ତହସିଲଦାର ବୋଲି ଚିକିଟି ରାମଚନ୍ଦ୍ରପୁର ପଞ୍ଚାୟତର ପିଇଓଙ୍କ ପରିବାର ଆଣିଥିଲେ ଅଭିଯୋଗ। ବିଷପାନ କରି ଦୀର୍ଘଦିନ ଆଇସିୟୁ ରେ ଚିକିତ୍ସା ପରେ ଆଜି ଆରପାରିକୁ ଚାଲିଗଲେ ପିଇଓ। ଅତିରିକ୍ତ ତହସିଲଦାରଙ୍କ କ୍ଷମତାର ଚାପରେ ଜୀବନ ହାରିଥିବା ପିଇଓଙ୍କୁ ନ୍ୟାୟ ଦେବାରେ ପୋଲିସ କେତେ ଦୂର ସକ୍ଷମ ହେବ ଦେଖିବାକୁ ବାକି ରହିଲା ।
