କଳାହାଣ୍ଡି: ପ୍ରାୟ ରାତି ୧ ଟା ୧୫ ମିନିଟ, ଡାକ୍ତର ଅଜିତ ଦାସ ଖାଇ ପିଇ ନିଦରେ ଶୋଇ ପଡ଼ିଥିଲେ ।ଏହି ସମୟରେ କବାଟ ବାଡ଼େଇଲେ କିଛି ଡକାୟତ ।ଡାକ୍ତର ଭାବିଲେ କେହି ରୋଗୀ ଆସିଛନ୍ତି ଭାବି କବାଟ ଖୋଲିବା କ୍ଷଣି ଜଣାପଡ଼ିଲା ଚିକିତ୍ସା ହେବାକୁ ରୋଗୀ ନୁହେଁ, ଘରର ସମ୍ପତ୍ତିର ଲୁଟ ମାର କରିବାକୁ ଆସିଛନ୍ତି ଡକାୟତ ।ଏଭଳି ଏକ ଚାଞ୍ଚଲ୍ୟକର ଡକାୟତି ଘଟଣା ଶୁକ୍ରବାର ଧର୍ମଗଡ଼ ସହରରେ ଭୟଭୀତ ଚର୍ଚ୍ଚାର ବିଷୟ ପାଲଟିଛି।ଧର୍ମଗଡ଼ ସରକାରୀ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଜିତ କୁମାର ଦାସଙ୍କ ସରକାରୀ ବାସଭବନରେ ଗତ ରାତି ପ୍ରାୟ ୧ଟା ୧୫ ମିନିଟ୍ ସମୟରେ ଏହି ଡକାୟତି ଘଟିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି କ୍ୱାର୍ଟର ଉପଜିଲ୍ଲାପାଳଙ୍କ ବାସଭବନ ନିକଟରେ ଥ?ିବା ସତ୍ତ୍ୱେ ଡକାୟତମାନେ ନିର୍ଭୟରେ ଘଟଣା ଘଟାଇ ଫେରାର ହୋଇଯାଇଛନ୍ତି।ସୂଚନା ଅନୁଯାୟୀ,ଡକାୟତ ମାନେ କବାଟ ବାଡ଼େଇବା ପରେ ରୋଗୀ ହୋଇଥିବେ ଭାବିଡାକ୍ତର କବାଟ ଖୋଲିଥିଲେ। ସେତିକିବେଳେ ୪ ଜଣ ମୁଖାପିନ୍ଧାଦୁର୍ବୃତ୍ତ ଘର ଭିତରକୁ ହଠାତ ପଶିଯାଇ ଡାକ୍ତରଙ୍କୁ କାବୁ କରିଥିଲେ। ତାଙ୍କର ହାତଗୋଡ଼ ବାନ୍ଧିବା ସହ ମୁହଁରେ ସେଲୋଟେପ୍ ଲଗାଇଦେଇଥିଲେ।ଏହି ସମୟରେ ଡାକ୍ତର ଅଜିତ ଦାସ ସାହସରପରିଚୟ ଦେଇ ଜଣେ ଡକାୟତଙ୍କ ପକେଟରୁ ବନ୍ଧୁକ ଛଡ଼ାଇନେଇ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେହିବନ୍ଧୁକଟି ଖେଳଣା ବନ୍ଧୁକ ହୋଇଥିବାରୁ ତାହା ଗୁଳି ଚାଲି ନ ଥିଲା । ଏହାପରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ପୂଜାଘରେଜଗି ରହିଥ?ିବା ବେଳେ ଅନ୍ୟ ଜଣେ ବେଡ ରୁମରେ ଥିବାଆଲମିରା ଖୋଲି ପ୍ରାୟ ୮୦ ହଜାର ଟଙ୍କା, ପର୍ସରେ ଥ?ିବା
୨ ହଜାର ଟଙ୍କା,ଡାକ୍ତର ପିନ୍ଧିଥିବା ୫୪ ଗ୍ରାମର ସୁନା ଚେନ୍ ଏବଂ ଦୁଇଟି ସୁନା ମୁଦି ନେଇ ଚମ୍ପଟ ମାରିଥିଲେ।ଆଜି ଡକାୟତ ହୋଇ ଥିବା ଘଟଣା ପୁଣି ଥରେ
ଧର୍ମଗଡ଼ର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଅଙ୍ଗୁଳି ଉଠାଇଛି । ସହରରେ କିଛିଦିନ ହେଲା ଚୋରି, ରାହାଜାନୀ, ଗାଡ଼ିଚୋରି ଏବଂ ଡକାୟତି ବଢ଼ୁଥିବା ବେଳେ ଅପରାଧୀମାନଙ୍କମନୋବଳ କାହିଁକି ଏତେ ବଢ଼ୁଛି, ତାହାକୁ ନେଇ ସାଧାରଣରେ ଆଲୋଚନା ଚାଲିଛି। ଧର୍ମଗଡ଼ରେ ଏବେ ବୋଧହୁଏ ଚୋରମାନଙ୍କର “ନାଇଟ୍ ସିଫ୍ଟ” ବେଶ୍ ସକ୍ରିୟ ଥିବା ମନେ ହୁଏ ।ପୋଲିସପେଟ୍ରୋଲିଂଠାରୁ ଡକାୟତଙ୍କ ପାଟ୍ରୋଲିଂ ଅଧିକ ଦୃଶ୍ୟମାନବୋଲି ସହରବାସୀ କଟାକ୍ଷ କରୁଛନ୍ତି। ଉପଜିଲ୍ଲାପାଳଙ୍କ ବାସଭବନ ପାଖରେ ଯଦି ଡକାୟତମାନେ ଏତେ ନିର୍ଭୟରେକାଣ୍ଡ ଘଟାଇ ପାରୁଛନ୍ତି, ତେବେ ସାଧାରଣ ଲୋକଙ୍କ ସୁରକ୍ଷାକେତେ ସୁଦୃଢ଼ ତାହା ସହଜରେ ଅନୁମାନ କରାଯାଇପାରେ।

ସ୍ଥାନୀୟ ଲୋକଙ୍କ ଅଭିଯୋଗହେଉଛି ପୋଲିସ ବିଭାଗ ର ବେପାରୁଆ ପାଟ୍ରୋଲିଂ,ସହରଠାରୁ ଦୂରରେ ଥାନା ଅବସ୍ଥିତ ଥିବା ସହ ଥାନାରେ ପୋଲିସ
କର୍ମଚାରୀଙ୍କ ଅଭାବ ଥିବା ଯୋଗୁଁ ଅପରାଧୀମାନଙ୍କ ପାଇଁ ବେଶ ସୁବିଧା ସୃଷ୍ଟି କରୁଛି।ସହର ରେ ବାରମ୍ବାର ଚୋରି, ଡକାୟତି, ରାହାଜାନି ନିତିଦିନିଆ ଦୂର୍ବତ ମାନଙ୍କ ଅଭ୍ୟାସ ରତ ଯୋଗୁଁ ଧର୍ମଗଡ଼ ଅଞ୍ଚଳର ସାଧାରଣ ଲୋକ ଙ୍କ ସହ ବୁଦ୍ଧିଜୀବୀମାନେ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଦୃଢତାର ସହ ଅଭିଯୋଗ କରିଛନ୍ତି ।ଏତତ ବ୍ୟତୀତ ଧର୍ମଗଡ ସହର ଠାରୁ ପ୍ରାୟ ଚାରି କିଲୋମିଟର ଦୂରତା ଥିବା ଥିବା ଥାନାକୁ କାର୍ଯାଳୟ କୁ ସହର ମଧ୍ଯରେ ସ୍ଥାପନ କରିବା ନିତାନ୍ତ୍ୟ ଜରୁରୀ ଆବଶ୍ୟକ ବୋଲି ସାଧାରଣ ରେ ଦାବି ହେଉଛି ।ଘଟିଥିବା ଡକାୟତ ଘଟଣାର ତଦନ୍ତ ଆରମ୍ଭ ଧର୍ମଗଡ ପୋଲିସ ଆରମ୍ଭ କରିଥିବା ବେଳେ ଅପରାଧୀମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସପକ୍ଷରୁ ଆଶା ପ୍ରକାଶ କରାଯାଉଛି।ଏଠାରେ ପୋଲିସ ପ୍ରଶାସନ କୁ ସହରବାସୀଙ୍କ ଠାରୁ ଉଠୁଛି ପ୍ରଶ୍ନ ଯେ,ଡକାୟତମାନେ ଯଦି ରାତିରେ ନିର୍ଭୟରେ ବୁଲିପାରୁଛନ୍ତି, ତାହେଲେ ଧର୍ମଗଡ ଅଞ୍ଚଳରେ ପୋଲିସ ପାଟ୍ରୋଲିଙ୍ଗ କରୁଥିବା ନେଇ କେତେ ଦୂର ସତ୍ୟାସତ୍ୟ ତାହା ଅନୁମାନ କରିବା ସହଜ ହୋଇ ପାରୁନାହଁ ।ସେ ଯାହା ହେଉ ନା କାହିଁକି ଧର୍ମଗଡ ଅଞ୍ଚଳ ରେ ଦୈନଦିନ ଡକାୟତ, ଚୋରି, ରାହାଜାନି କୁ ପୋଲିସ ପକ୍ଷରୁ ରୋକ ଲଗାଇବା ସହ ରାତିରେ କଡାକଡ଼ି ଭାବେ ପାଟ୍ରୋଲିଙ୍ଗ କରିବାକୁ ଦାବି ହେଉଛି ।
