ପୁରୀ,ବ୍ୟୁରୋ: ଶ୍ରୀମନ୍ଦିରକୁ ରାଜସ୍ଥାନର ଜଣେ ଭକ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗୁରୁବାର ଦର୍ଶନ କରିଥିଲେ । ମନ୍ଦିର ପରିସରରେ ବୀଣା ଶର୍ମା ବୟସ ୩୯ ବର୍ଷ, ସ୍ୱାମୀ ଶିବରାଜ ଶର୍ମା ତାଙ୍କର ଭ୍ୟାନିଟି ବ୍ୟାଗ ହଜେଇ ଦେଇଥିବା ବିଷୟରେ ସିଂହଦ୍ୱାର ପୋଲିସ ଥାନା ଓ ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ। ସୂଚନା ପାଇ ସିଂହଦ୍ୱାର ଥାନା ଆଇଆଇସି ଶ୍ୱେତପଦ୍ମା ଦାଶ ତତକ୍ଷଣାତ୍ ସିଭିଲ ଷ୍ଟାଫଙ୍କୁ ତଦନ୍ତ ଓ ଖୋଜାଖୋଜି ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ କର୍ମଚାରୀମାନେ ମନ୍ଦିର ପରିସରରେ ସତର୍କତା ସହ କୁଏରି କରି ବ୍ୟାଗଟିକୁ ଠାବ କରିଥିଲେ।ଉକ୍ତ ଭ୍ୟାନିଟି ବ୍ୟାଗ ଯାଞ୍ଚ କରାଯାଇଥିବାବେଳେ ତାହାର ଭିତରେ ନଗଦ ଟଙ୍କା ୫୨,୦୦୦/- ସହ ଅନ୍ୟାନ୍ୟ ଜରୁରୀ ଦଲିଲପତ୍ର ସୁରକ୍ଷିତ ଅବସ୍ଥାରେ ମିଳିଥିଲା। ପରେ ସମ୍ପୂର୍ଣ୍ଣ ପରିଚୟ ଯାଞ୍ଚ ପରେ ବ୍ୟାଗଟି ମାଲିକା ବୀଣା ଶର୍ମାଙ୍କୁ ଫେରାଇ ଦିଆଯାଇଥିଲା। ଏହି ଦ୍ରୁତ ଏବଂ ସତ୍ୟନିଷ୍ଠ କାର୍ଯ୍ୟ ପାଇଁ ଭକ୍ତା ଓ ତାଙ୍କ ପରିବାର ପକ୍ଷରୁ ପୁରୀ ପୋଲିସଙ୍କୁ କୃତଜ୍ଞତା ଜଣାଯାଇଛି। ପୁରୀ ପୋଲିସ ଭକ୍ତମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ସଦା ସତର୍କ ଓ ପ୍ରତିବଦ୍ଧ।
