ପୁରୀ କୋର୍ଟକୁ ବୋମା ଧମକ

Spread the love

ପୁରୀ: ପୁରୀ ଜିଲ୍ଲା କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ଉଡ଼ାଇ ଦେବାକୁ ଇମେଲ୍‌ରେ ଆସିଲା ଧମକ । ଧମକ ପରେ କୋର୍ଟ ପରିସରକୁ ଖାଲି କରି ଦିଆଯାଇଥିଲା। ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ,ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଦ୍ୱାରା ଖାନତଲାସୀ କରାଯାଇଥିଲା। ହେଲେ କୌଣସି ବୋମାର ସନ୍ଧାନ ମିଳିନଥିଲା । କିଏ ଇମେଲ୍ କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏହା ପୂର୍ବରୁ ରାଜ୍ୟର ୩ଟି କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। ସମ୍ବଲପୁର, ଦେବଗଡ଼ ଓ କଟକ ଜିଲ୍ଲା କୋର୍ଟରେ ବମ୍ ଓ ଡଗ୍ ସ୍କ୍ୱାଡ୍ ପହଞ୍ଚି ଖାନତଲାସୀ ହୋଇଥିଲା । ସେତେବେଳେ ସେଭଳି କୌଣସି ଆପତ୍ତିଜନକ ସାମଗ୍ରୀ ମିଳି ନଥିଲା।

Leave a Reply

Your email address will not be published. Required fields are marked *

error: Content is protected !!