ପାକ୍ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ; ୩୧ ମୃତ, ୧୬୯ ଆହତ

Spread the love

ଇସଲାମାବାଦ: ପାକିସ୍ତାନ ରାଜଧାନୀ ଇସଲାମାବାଦର ଏକ ସିହା ମସଜିଦରେ ଶୁକ୍ରବାର ଶକ୍ତିଶାଳୀ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି। ଏଥିରେ ଅତିକମରେ ୩୧ଜଣଙ୍କ ପ୍ରାଣହାନି ଘଟିଛି। ଅନ୍ୟୂନ ୧୬୯ ଜଣ ଆହତ ହୋଇଛନ୍ତି। ସେହଜାଦ ସହରର ତରଲାଇ ଇମାମବର୍ଘା ଅଞ୍ଚଳରେ ଥିବା ଖାଦିଜା ତୁଲ କୁବ୍ରା ମସଜିଦରେ ଲୋକମାନେ ଶୁକ୍ରବାର ପ୍ରାର୍ଥନା ପାଇଁ ରୁଣ୍ଡ ହୋଇଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ମସଜିଦ ଗେଟ୍ ନିକଟରେ ସନ୍ଦିଗ୍‌ଧକୁ ଅଟକାଯିବା ବେଳେ ସେ ନିଜକୁ ବିସ୍ଫୋରଣ କରାଇଥିଲା। ଆହତମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଞ୍ଚଳର ୩ଟି ଡାକ୍ତରଖାନାକୁ ଏମରଜେନ୍ସି ଘୋଷଣା କରାଯାଇଛି। ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ଇସାକ୍ ଡର ଏହି ଘଟଣାକୁ କାପୁରଷତାର କାର୍ଯ୍ୟ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!