ଫୁଲବାଣୀ: ଟିକାବାଲି ଥାନା ଅନ୍ତର୍ଗତ ଦାସାଗୁଡା ଗ୍ରାମର ବାଲି କହଁର ଙ୍କର ପୁଅ ଲଲାଟ କହଁର ଯେକି ବର୍ତ୍ତମାନ ଜି.ଉଦୟଗିରି ହାବାକ୍ ହାଇ ସ୍କୁଲ୍ ରେ ଶିକ୍ଷକ ଭାବେ କାର୍ଯ୍ୟରତ। ଶିକ୍ଷକ ଲଲାଟ ପ୍ରଥମେ ଗୋଟିଏ ଝିଅ କୁ ଭଲ ପାଇ ତାଙ୍କୁ ବିବାହ ର ମିଥ୍ୟା ପ୍ରତିଶ୍ରୁତି ଦେଇ ଗର୍ଭବତୀ କରି ପୁଣି ଅନ୍ୟତ୍ର ଆଉ ଏକ ଝିଅକୁ ଦ୍ୱିତୀୟ ବିବାହ କରିବାକୁ ସ୍ଥିର କରି ପ୍ରଥମ ପ୍ରେମିକା ଦ୍ୱିତୀୟ ବିବାହ ରେ ପ୍ରତିବନ୍ଧକ ହେବ ବୋଲି ପ୍ରଥମ ପ୍ରେମିକାର ଅନିଚ୍ଛା ସତ୍ତ୍ୱେ ଗର୍ଭ ନଷ୍ଟ କରିଥିବା ମାମଲା ରେ ଜେଲ୍ ଯାଇଥିବା ଜଣା ପଡିଛି।ସୂଚନା ଯୋଗ୍ୟ ଜି.ଉଦୟଗିରି ହାବାକ୍ ହାଇସ୍କୁଲ୍ ଶିକ୍ଷକ ଲଲାଟ କହଁର ୫ ବର୍ଷ ହେଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ନୁଆରୀ ପଦର ଗ୍ରାମର ଜଣେ ଝିଅକୁ ଭଲ ଭଲ ପାଉଥିଲା। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲା।

ଝିଅଟି ଗର୍ଭବତୀ ହୋଇଛି ଜାଣି ଅନ୍ୟ ଏକ ଝିଅକୁ ବିବାହ କରିବାକୁ ଶିକ୍ଷକ ସ୍ଥିର କରିଥିଲା। ପ୍ରେମିକା ପ୍ରଥମ ଝିଅ ଦ୍ୱିତୀୟ ବିବାହ କରିବା ରେ ପ୍ରତିବନ୍ଧକ ହେବ ବୋଲି ଶିକ୍ଷକ ଲଲାଟ କହଁର ପ୍ରେମିକା କୁ ଔଷଧ ଖୁଆଇ ବେଆଇନ୍ ଭାବେ ଗର୍ଭ ନଷ୍ଟ କରାଇଥିଲେ ଏବଂ ଦ୍ୱିତୀୟ ବିବାହ କରିଥିଲେ। ଫଳରେ ନୁଆରି ପଦର ର ଝିଅ ପ୍ରଥମ ପ୍ରେମିକା ତାଙ୍କ ପ୍ରେମିକ ଶିକ୍ଷକ ଦ୍ୱିତୀୟ ବିବାହ କରିଥିବା ଜାଣି ପାରି ତା ୧୦/୬/୨୦୨୬ ରିଖ ବୁଧବାର ଦିନ ଫୁଲବାଣୀ ସଦର ଥାନା ରେ ଘଟଣା ସମ୍ପର୍କରେ ଏତେଲା ଦେଇଥିଲେ। ଏତେଲା କୁ ଭିତ୍ତି କରି ସଦର ଥାନା ପକ୍ଷରୁ ତଦନ୍ତ ଅଧିକାରୀ ଭାବେ ଏସ୍ ଆଇ ଲକ୍ଷ୍ମୀ ଖୁଣ୍ଟିଆ ଦାୟିତ୍ୱ ନେଇ କେସ ନଂ ୧୨୦/୨୬ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦଫା ୮୯ ଓ ୭୯ ଭାରତୀୟ ନ୍ୟାୟ ସଂହିତା ରେ ଏକ ମକଦ୍ଦମା ରୁଜୁ କରି ପୁଲିସ ଅଭିଯୁକ୍ତ ଶିକ୍ଷକ ଲଲାଟ କହଁର କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାନ୍ୟବର ବିଚାରପତି ଅଭିଯୁକ୍ତ ଶିକ୍ଷକ ଲଲାଟ କହଁର ଙ୍କର ଜାମିନ ନା ମଞ୍ଜୁର ହେବାରୁ ଫୁଲବାଣୀ ମଣ୍ଡଳ ଜେଲ୍ କୁ ପଠାଇ ଦେଇଥିବା ସଦର ଥାନା ଅଧିକାରୀ ପ୍ରଦୀପ କୁମାର ଜେନା ଗଣ ମାଧ୍ୟମ ସୂଚନା ଦେଇଛନ୍ତି ।
