ଗୁରୁବାର ଶିମିଳିପାଳ ଆସିବେ ରାଷ୍ଟ୍ରପତି

Spread the love

ବାରିପଦା: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଗାମୀ ୫ ତାରିଖ ଅପରାହ୍ନ ୪ରେ ଶିମିଳିପାଳ ଅଭୟାରଣ୍ୟ ଅଭିମୁଖେ ଯିବେ। ସେଠାରେ ରାତ୍ରୀଯାପନ କରିବା ମଧ୍ୟରେ ପ୍ରାକୃତିକ ପରିବେଶରେ କିଛି ସମୟ ବୁଲିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଯଶିପୁର ନିକଟସ୍ଥ ଅନୁକୂଳପୁର ଖେଳ ପଡିଆ ରେ ବାୟୁସେନା ହେଲିକପ୍ଟର ଯୋଗେ ମହାମହିମ ରାଷ୍ଟ୍ରପତି ଅବତରଣ କରିବା ପରେ ସେଠାରୁ କଡା ସୁରକ୍ଷା ମଧ୍ୟରେ ସଡ଼କ ପଥରେ ଯଶିପୁର ବଜାର ଦେଇ ଶିମିଳିପାଳ ଯିବେ । ରାତ୍ରୀ ଯାପନର ତହିଁ ପରଦିନ ୬ ତାରିଖ ପୂର୍ବାହ୍ନ ୯ଟା ୩୦ ମିନିଟ୍ ସମୟରେ ଶିମିଳିପାଳ ଅଧିବାସୀ ମହିଳା ଓ ଯୁବଗୋଷ୍ଠୀ ଙ୍କ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରେି୍ୱ ବୋଲି ଜଣାପଡିଛି। ତତସହିତ ଶିମିଳିପାଳ ବନାଞ୍ଚଳ ଗୁରୁଗୁଡିଆ, ବାରସିଆ ଓ ଅସ୍ତକୁଅଁର ଠାରେ ଫର୍ ଜି ମୋବାଇଲ୍ ସେବାର ଶୁଭାରମ୍ଭ କରେି୍ୱ ରାଷ୍ଟ୍ରପତି । ମହାମହିମ ରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ନେଇ ଯଶିପୁର ଓ ଶିମିଳିପାଳ ଅଞ୍ଚଳ ରେ ଉତ୍ସାହ ର ମାହୋଲ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ସମ୍ପର୍କରେ ପୋଲିସ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ସହ ଆଲୋଚନା କରେି୍ୱ। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ତଥା ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ମଧ୍ୟ ୫ ଦିନ ହେଲା ଶିମିଳିପାଳ ଯାଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସ୍ଥଳ ତଦାରଖ କରୁଥିବା ଦେଖାଯାଉଛି। ମୂଖ୍ୟମନ୍ତ୍ରୀ ଙ୍କ ଲାଗି ଯଶିପୁର ସନ୍ନିକଟ ମାହାର୍ଦାପଳସା ହେଲିପ୍ୟାଡ ପ୍ରସ୍ତୁତ ହୋଇ ରହିଥିବା ବେଳେ ସେ ଫେବୃଆରୀ ୪ ତାରିଖ ଅପରାହ୍ନ ୩ ଘଟିକା ସମୟରେ ହେଲିକପ୍ଟର ଯୋଗେ ଅବତରଣ କରିବା ନେଇ ଜଣାପଡିଛି। ତତସହିତ ପୋଲିସ ଓ ପ୍ରଶାସନିକ ସ୍ତରରେ ମଧ୍ୟ ଚଳଚଞ୍ଚଳ ଦେଖାଦେଇଛି । ଓଡ଼ିଶା ପୋଲିସ ର ଆଇ ଜି ପି ପ୍ର୍ୱୀଣ କୁମାର, ଏଡିଜି ଦୟାଲ ଗଙ୍ଗୱାର,ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ଏସ୍ ପି ବରୁଣ ଗଣ୍ଡୁପାଲି, ଓପିଏସ୍ ବ୍ରଜମୋହନ ନାଏକ, ଅନ୍ୟତମ ଓପିଏସ୍ ପି କେ ଜେନା , ରାଇରଙ୍ଗପୁର ଓ କରଞ୍ଜିଆ ଉପଜିଲ୍ଲାପାଳ ଙ୍କ ସମେତ ଅନ୍ୟ କେତେକ ବିଭାଗୀୟ ପଦାଧିକାରୀଗଣ ଦୁଇଟି ହେଲିପ୍ୟାଡ ର ସୁରକ୍ଷା ଯାଞ୍ଚ୍ କରୁଛନ୍ତି ତତସହିତ ରାଷ୍ଟ୍ରପତି ଙ୍କ ଗସ୍ତ କୁନେଇ ପୋଲିସ ଫୋର୍ସ ୪ଦିନଧରି ରାଷ୍ଟ୍ରପତି ଅବତରଣ କରିବାକୁ ଥିବା ଅନୁକୂଳପୁର ହେଲିପ୍ୟାଡ ରୁ ଶିମିଳିପାଳ ର ଗୁରୁଗୁଡିଆ ପର୍ଯ୍ୟନ୍ତ କାରକେଡ୍ ରିହଲସେଲ୍ କରୁଛନ୍ତି । ବାୟୁସେନା ହେଲିକପ୍ଟର ମଧ୍ୟ ହେଲିପ୍ୟାଡ ସ୍ଥାନରେ ପଇସ୍ତରା ମାରି ଯାଉଛି । ଉଚ୍ଚ ପଦସ୍ଥ ଅଫିସର ସମେତ ଶତାଧିକ ପୋଲିସ ଫୋର୍ସ ଗୁରୁଗୁଡିଆ ନେଚର କ୍ୟାମ୍ପ, ରାଷ୍ଟ୍ରପତିଙ୍କ ରାତ୍ରୀ ଯାପନ ସ୍ଥଳ,ଅନୁକୂଳପୁର ହେଲିପ୍ୟାଡ ଆଦି କେତେକ ସମ୍ବେଦନଶୀଳ ସ୍ଥାନ ଦିନରାତି ଡ୍ୟୁଟି ରହି ସୁରକ୍ଷା ଯାଞ୍ଚ କରୁଛନ୍ତି । ମହାମହିମ ରାଷ୍ଟ୍ରପତି ଏବଂ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଏହି ଗସ୍ତ ଯୋଗୁଁ ଯଶିପୁର ଓ ଶିମିଳିପାଳ ଅଧିବାସୀ ଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *

error: Content is protected !!