ୟୁ୍‌ମନାମ ଖେମଚାନ୍ଦ ସିଂହ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ

Spread the love

ନୂଆଦିଲ୍ଲୀ: ବର୍ଷକ ପରେ ମଣିପୁରରେ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଦେଖିବାକୁ ମିଳିବ। ବରିଷ୍ଠ ବିଜେପି ନେତା ୟୁ୍‌ମନାମ ଖେମଚାନ୍ଦ ସିଂହ ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ମଙ୍ଗଳବାର ମଣିପୁର ବିଜେପି ବିଧାୟକ ଦଳର ନେତା ଭାବେ ସେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ବିଜେପି ବିଧାୟକଙ୍କ ଦଳ ଦିଲ୍ଲୀରେ ପହଞ୍ଚି ଅମିତ ଶାହଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ବ୍ୟାପକ ଭାବେ ଆଲୋଚନା କରିଥିଲେ। ଦଳୀୟ ବୈଠକରେ ୟୁମନାମଙ୍କ ବିଷୟରେ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟରେ ଜାତିଆଣ ହିଂସା ପାଇଁ ୨୦୨୫ ଫେବ୍ରୁଆରୀ ୯ରେ ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବୀରେନ ସିଂହ ଇସ୍ତଫା ଦେଇଥିଲେ। ଫେବ୍ରୁଆରୀ ୧୩ ତାରିଖରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ସେବେଠାରୁ ମୁଖ୍ୟମନ୍ତ୍ରୀ ପଦ ଖାଲି ରହିଥିଲା। ୟୁମନାମ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି। ସେ ପୂର୍ବୋତ୍ତର ରାଜ୍ୟର ଦ୍ୱିତୀୟ ବିଜେପି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଜଣେ ମହିଳାଙ୍କ ସମେତ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ସାମିଲ ହେବା ନେଇ ନିଷ୍ପତ୍ତି ହୋଇଛି। କୁକି-ଜୋ ବିଧାୟିକ ନେମଚା କିପଜେନ ଉପମୁଖ୍ୟମନ୍ତ୍ରୀ ଆସନରେର ବସିବେ। ସେ ରାଜ୍ୟର ପ୍ରଥମ ମହିଳା ଭାବେ ଏହି ପଦ ସମ୍ଭଳିବେ। ସେହିପରି ନାଗା ପିପୁଲ୍ସ ଫ୍ରଣ୍ଟର ଜଣେ ବିଧାୟକଙ୍କୁ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯିବ। ୬୨ ବର୍ଷୀୟ ୟୁମନାମ ୨୦୧୭ ଓ ୨୦୨୨ରେ ଦୁଇଥର ସିଂହଜାମେଇ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ଏବଂ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!