ପୁରୀ: ସୋମବାର ଅପରାହ୍ନରେ ପୂର୍ତ୍ତ ଓ ଆଇନୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁଣ୍ଡିଚା ମନ୍ଦିର ଉର୍ନ୍ନତିକରଣ କାର୍ଯ୍ୟ ଓ ସିଦ୍ଧାମହାବୀର ଓଭରବ୍ରିଜ, ସମୁଦ୍ରକୂଳ ପାର୍କିଂ ସ୍ଥଳ ପରିଦର୍ଶନ କରି ଥିଲେ ସେ କରାଯାଉ ଥିବା କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କ ଠାରୁ ସମସ୍ତ ତଥ୍ୟ ବୁଝିବା ସହିତ ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ କାର୍ଯ୍ୟକୁ ଶେଷ କରିବାକୁ ପରାମର୍ଶ ଦେଇଥିଲେ ।

ଯେହେତୁ ରଥଯାତ୍ରା ଆଉ ମାତ୍ର ନ ଦିନ ରହିଛି ସେହି ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ସେ ନିର୍ଦେଶ ଦେଇଥିଲେ । ରଥଯାତ୍ରା ପାଇଁ ପୁରୀ ସହର ଓ ସହର ନିକଟବର୍ତ୍ତୀ ରାସ୍ତା ମରାମତି ଓ ନୂତନ ରାସ୍ତାର କାର୍ଯ୍ୟ କୁ ସାରିବା ପାଇଁ ସେ ଏସଇ କୁ ନିର୍ଦେଶ ଦେଇଥିଲେ। ପୂର୍ତ୍ତ ସଚିବ ସଞ୍ଜୟ ସିଂହ, ପୂର୍ତ୍ତ ବିଭାଗ ର ବରିଷ୍ଠ ଅଧିକାରୀ ପୁରୀ ସୁପେରିଟେଣ୍ଡ ଇଞ୍ଜିନିୟର ସୌମ୍ୟ ଦେବେଦୀ ପ୍ରମୁଖ ଆଇନମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ ।
