ନୂଆଦିଲ୍ଲୀ: ନାଇଜରରେ ଥିବା ଡିଓରି ହମାନି ଅନ୍ତର୍ଜାତୀୟ ବିମାନ ବନ୍ଦର ବାହାରେ ସନ୍ଦିଗ୍ଧ ଜିହାଦୀମାନେ ରାତିସାରା ଆକ୍ରମଣ କରିଛନ୍ତି। ଏଥିରେ ସେନା ଯବାନଙ୍କ ପାଲଟା ଆକ୍ରମଣରେ ୨୦ଜଣ ବିଦ୍ରୋହୀ ନିହତ ହୋଇଛନ୍ତି। ଅନ୍ୟ ପକ୍ଷରେ ଏହି ଆକ୍ରମଣରେ ୪ଜଣ ଯବାନ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଫରାସୀ ନାଗରିକ ଥିବା ନାଇଜରର ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ୧୧ଜଣଙ୍କୁ ଗିରଫ କରାଯାଇଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ରାତିସାରା ଗୁଳି ବିନିମୟ ସହ ବିସ୍ଫୋରଣର ଶବ୍ଦ ଶୁଭୁଥିଲା।
ନାଇଜର ବିମାନ ବନ୍ଦରରେ ଜିହାଦୀ ଆକ୍ରମଣ, ୨୦ ନିହତ















Leave a Reply